Odisha Link
Bridging the Missing Links in Odisha

୨୭ରେ ହେବନି ଓସିଏସ୍ ପ୍ରିଲିମିନାରୀ, ବାତ୍ୟା ପାଇଁ ପରୀକ୍ଷା ସ୍ଥଗିତ

ଓଏଲ୍‌ ବ୍ୟୁରୋ: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ୍ ସର୍ଭିସେସ୍ (ଓସିଏସ୍) ପ୍ରିଲିମିନାରୀ ପରୀକ୍ଷା ସ୍ଥଗିତ ରଖାଯାଇଛି। ବାତ୍ୟା ପାଇଁ ଏହି ପରୀକ୍ଷା ସ୍ଥଗିତ ରଖାଯାଇଛି। ଓପିଏସ୍‌ସି ପକ୍ଷରୁ ଏହାର ଅଫିସିଆଲ ୱେବସାଇଟ୍‌ରେ ସୂଚନା ପ୍ରକାଶ ପାଇଛି। ଅକ୍ଟୋବର ୨୭ରେ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ୍ ସର୍ଭିସେସ୍ (ଓସିଏସ୍) ପ୍ରିଲିମିନାରୀ ପରୀକ୍ଷା ଅନୁଷ୍ଠିତ ହୋଇଥାନ୍ତା। ତେବେ ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ସୁରକ୍ଷା ଦୃଷ୍ଟିରୁ ପରୀକ୍ଷା ସ୍ଥଗିତ ରଖାଯାଇଛି।