Odisha Link
Bridging the Missing Links in Odisha

ପୁରୀ ସମୁଦ୍ରରେ ଅଘଟଣ: ମିଳୁନି ଯୁବକଙ୍କ ପତ୍ତା

ଓଏଲ୍‌ ବ୍ୟୁରୋ: ପୁରୀ ସମୁଦ୍ରରେ ଅଘଟଣ ଘଟିଛି। ସମୁଦ୍ରରେ ଜଣେ ଯୁବକ ନିଖୋଜ ଅଛନ୍ତି। ଦିଗବାରେଣୀ ଛକ ନିକଟରେ ଘଟିଛି ଏମିତି ଘଟଣା। ସମୁଦ୍ରରେ ଗାଧେଇବା ବେଳେ ଏମିତି ଅଘଟଣ ଘଟିଥିବାର ଦେଖିବାକୁ ମିଳିଛି। ସାଙ୍ଗମାନଙ୍କ ସହ ପୁରୀ ବୁଲିବାକୁ ଆସିଥିଲେ ନିଖୋଜ ଥିବା ଯାଜପୁର ବିଞ୍ଜାରପୁରର ପ୍ରିୟାଂଶୁ ବେହେରା। ଅଗ୍ନିଶମ ବାହିନୀ ଓ ଲାଇଫଗାର୍ଡର ଖୋଜା ଖୋଜି ଜାରି ରହିଛି।