Odisha Link
Bridging the Missing Links in Odisha

‘ଅପମିଶ୍ରଣ ଉପରେ ରୋକ୍‌, ରାଜ୍ୟରେ ମିଳୁଛି ଶୁଦ୍ଧ ପେଟ୍ରୋଲ’

ଓଏଲ୍‌ ବ୍ୟୁରୋ: ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ଦ୍ବିତୀୟ ଦିନ। କୃଷି ଓ କୃଷକ ସଶକ୍ତିକରଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରଶ୍ନକାଳ ଆରମ୍ଭ ହୋଇଛି। ଗୃହରେ ବିଭାଗୀୟ ମନ୍ତ୍ରୀ ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଛନ୍ତି। ଏସବୁ ଭିତରେ ଅପମିଶ୍ରଣ ଉପରେ ରୋକ୍‌ ଲାଗିଥିବା କହିଲେ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ୬ ମାସ ମଧ୍ୟରେ ରାଜ୍ୟର କୌଣସି ପେଟ୍ରୋଲ ପମ୍ପରେ ଅପମିଶ୍ରଣ ହୋଇନାହିଁ। ରାଜ୍ୟର କୌଣସି ସିମେଣ୍ଟ ଗୋଦାମରେ ମଧ୍ୟ ଅପମିଶ୍ରଣ ହୋଇନାହିଁ। ଗତ ୬ ମାସ ମଧ୍ୟରେ ୩୫୮ଟି ଗୋଦାମ ଗୃହ ଉପରେ ଚଢ଼ାଉ କରାଯାଇଛି। ୬ ମାସ ମଧ୍ୟରେ ୬୯,୩୮୭ଟି ବ୍ୟାବସାୟିକ ପ୍ରତିଷ୍ଠାନ ଉପରେ ଚଢ଼ାଉ ହୋଇଥିବା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି।