Odisha Link
Bridging the Missing Links in Odisha

ଲିଙ୍ଗରାଜ ମନ୍ଦିରରେ ସିଗାରେଟ୍ ଟାଣି ଯୁବକଙ୍କ ଫଟୋ ଭାଇରାଲ୍

ଗିରଫ ଦାବି କଲେ ସେବାୟତ ସଂଘ

ଓଏଲ୍‌ ବ୍ୟୁରୋ: ପୁଣି ଥରେ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ଭିତରେ ଫଟୋ ଭାଇରାଲ। ଏଥର ଜଣେ ଯୁବକ ସିଗାରେଟ୍ ଟାଣିବାର ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେଉଛି। ଦେବୀ ୧୦୫ ନାମକ ଏକ ଇନଷ୍ଟାଗ୍ରାମ ଆଇଡିରେ ଏହି ଷ୍ଟାଟସ୍ ଦିଆଯାଇଥିଲା। ଉକ୍ତ ଯୁବକ ଜଣଙ୍କ ହେଲେ ଦେବୀ ପ୍ରସାଦ ଦାସ।
ଫଟୋରେ ଲିଙ୍ଗରାଜଙ୍କ ମନ୍ଦିର ରୋଷଘର ପାଖରେ ଛିଡ଼ା ହୋଇ ସିଗାରେଟ ସେ ଟାଣୁଛନ୍ତି। ଅନ୍ୟ ଜଣେ କେହି ତାଙ୍କ ଫଟୋ ଉତ୍ତୋଳନ କରିଥିବା ଫଟୋରୁ ଜଣାପଡ଼ୁଛି।
ସୋସିଆଲ ମିଡିଆରେ ଏହି ଫଟୋ ଅପଲୋଡ୍ ହେବା ପରେ ଅନେକ ୟୁଜର ପ୍ରତିକ୍ରିୟା ରଖିଥିଲେ। ଏହାକୁ ନେଇ ବିଭିନ୍ନ ମହଲରେ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଛି। ତେବେ ଫଟୋଟି କେବେକାର ତାହା ଜଣାପଡ଼ିନାହିଁ।
ତେବେ ଏ ନେଇ ସେବାୟତ ସଂଘ ଲିଙ୍ଗରାଜ ଭିତରେ ସିଗାରେଟ ଟାଣିଥିବା ଯୁବକକୁ ଗିରଫ କରିବାକୁ ଦାବି କରିଛି।