Odisha Link
Bridging the Missing Links in Odisha

ଆଳୁ ବେପାରୀଙ୍କୁ କାରଣ ଦର୍ଶାଅ ନୋଟିସ୍

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଆଳୁକୁ ନେଇ ଅଭାବନୀୟ ସ୍ଥିତି। ଦରଦାମ ବୃଦ୍ଧିକୁ ନେଇ ଲୋକଙ୍କ ଭିତରେ ଅସନ୍ତୋଷ। ଏସବୁ ଭିତରେ ୪ଟି ଆଳୁ ଭଣ୍ଡାରକୁ ଯୋଗାଣ ବିଭାଗର କାରଣ ଦର୍ଶାଅ ନୋଟିସ୍। ଯୋଗାଣ ବିଭାଗ ସାଇ, ଜୟଗୁରୁ, ଶଙ୍କର ଓ ଅଭିରାମ ଭଣ୍ଡାରକୁ କାରଣ ଦର୍ଶାଅ ନୋଟିସ୍ ଦେଇଛି। ମହଜୁଦ ସାମଗ୍ରୀ ଓ ମୂଲ୍ୟର ସୂଚନା ଫଳକ ଲଗାଇ ନଥିଲେ। ଆମଦାନୀ ଫଳକ ଓ ବ୍ୟବସାୟୀଙ୍କୁ ପ୍ରଦାନ କରୁଥିବା ଦର ବି ଲେିଖିନଥିଲେ। ଏନେଇ ୪ଟି ଆଳୁ ଭଣ୍ଡାରକୁ ଯୋଗାଣ ବିଭାଗର କାରଣ ଦର୍ଶାଅ ନୋଟିସ୍ ଜାରି କରିଛି।

ଦରଦାମ ବୃଦ୍ଧି ପରେ ଛତ୍ରବଜାରରେ ଯୋଗାଣ ବିଭାଗର ୪ ଜଣିଆ ଟିମ୍ ଦରଦାମ ଯାଞ୍ଚ କରୁଛି। ହୋଲସେଲ ପଏଣ୍ଟ ସହ ଖୁଚୁରା ଦୋକାନରେ ଯାଞ୍ଚ କରାଯାଉଛି। ଅଧିକ ଦରରେ ଆଳୁ ବିକ୍ରି ନକରିବାକୁ ତାଗିଦ କରାଯାଉଛି। ଆଜି ଛତ୍ରବଜାରରେ ଆଉ ୬ଟି ଆଳୁ ଗାଡ଼ି ପହଞ୍ଚିଛି ବୋଲି ଓଡ଼ିଶା ବ୍ୟବସାୟୀ ମହାସଂଘ ସାଧାରଣ ସଂପାଦକ ସୁଧାକର ପଣ୍ଡା କହିଛନ୍ତି।