ସ୍ଵର୍ଣ୍ଣ ମନ୍ଦିର ସାମ୍ନାରେ ଫୁଟିଲା ଗୁଳି, ଅଳ୍ପକେ ବର୍ତ୍ତିଲେ ସୁଖବୀର ସିଂହ

ଓଏଲ୍ ବ୍ୟୁରୋ: ଅମୃତସର ସ୍ଵର୍ଣ୍ଣ ମନ୍ଦିର ଫାଟକ ପାଖରେ ଫୁଟିଲା ଗୁଳି। ଆଉ ଭୟଭୀତ ଶବ୍ଦରେ ଥରି ଉଠିଲେ ଉପସ୍ଥିତ ଲୋକେ। ଅମୃତସର ସ୍ଵର୍ଣ୍ଣ ମନ୍ଦିର ଫାଟକ ପାଖରେ ଅକାଳୀ ଦଳ ମୁଖ୍ୟ ସୁଖବୀର ବାଦଲ ସିଂହଙ୍କୁ ଗୁଳିମାଡ଼ ହୋଇଥିବା ସୂଚନା ରହିଛି। ସ୍ଵର୍ଣ୍ଣ ମନ୍ଦିର ଫାଟକ ପାଖରେ ଦୁର୍ବୃତ୍ତଙ୍କ ଅକାଳୀ ଦଳ ମୁଖ୍ୟ ସୁଖବୀର ବାଦଲ ସିଂହଙ୍କୁ ଗୁଳିମାଡ଼ କରିଥିଲେ। ହେଲେ ଗୁଳିମାଡ ସାମ୍ନାରେ ହେବାରୁ ଅଳ୍ପକେ ବର୍ତ୍ତିଲେ ସୁଖବୀର ସିଂହ। ତେବେ ଆକ୍ରମଣକାରୀ ନାରାୟଣ ସିଂହଙ୍କୁ ପୁଲିସ କାବୁ କରିବା ପରେ ଗିରଫ ମଧ୍ୟ କରିଛି। ପୂର୍ବରୁ ମଧ୍ୟ ଅକାଳୀ ଦଳ ମୁଖ୍ୟ ସୁଖବୀର ବାଦଲ ସିଂହଙ୍କୁ ଆକ୍ରମଣ ହୋଇଥିବା ସୂଚନା ରହିଛି ।