Odisha Link
Bridging the Missing Links in Odisha

ଥମୁନି ବୋମା ଧମକ, ଆର୍‌ବିଆଇକୁ ଧମକପୂର୍ଣ୍ଣ ଇ-ମେଲ୍

ଓଏଲ୍‌ ବ୍ୟୁରୋ: ସ୍କୁଲ ପରେ ଦିଲ୍ଲୀରେ ଏବେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆକୁ ମିଳିଛି ବୋମା ଧମକ। ଗୁରୁବାର ଅପରାହ୍ନରେ ଆର୍‌ବିଆଇର ଅଫିସିଆଲ୍ ୱେବସାଇଟକୁ ଏହି ଧମକପୂର୍ଣ୍ଣ ଇ-ମେଲ୍ ଆସିଥିବା ସୂଚନା ରହିଛି। ଇ-ମେଲରେ ଋଷୀୟ ଭାଷାରେ ରିଜର୍ଭ ବ୍ୟାଙ୍କକୁ ବୋମାରେ ଉଡ଼ାଇ ଦେବାର ଧମକ ଲେଖାଯାଇଥିଲା। ଏହି ମାମଲାରେ ମାତା ରାମବାଇ ମାର୍ (MRA Marg) ପୁଲିସ ଷ୍ଟେସନରେ ଅଜ୍ଞାତ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ପୁଲିସ ତଦନ୍ତ ଆରମ୍ଭ କରିଛି। ତେବେ ବାରମ୍ବାର ଦିଲ୍ଲୀରେ ବୋମା ଧମକ ପୁଲିସର ଚିନ୍ତାର ବିଷୟ ପାଲଟିଛି।

Leave A Reply

Your email address will not be published.