Odisha Link
Bridging the Missing Links in Odisha

ପରିବର୍ତ୍ତନ ହେବ ପରିକ୍ରମା ପ୍ରକଳ୍ପର ନିର୍ମାଣ ଶୈଳୀ, ମନ୍ତ୍ରୀ ଦେଲେ ସୂଚନା

ଓଏଲ୍‌ ବ୍ୟୁରୋ: ପୂର୍ବ ସରକାର ସମୟରେ ହୋଇଥିବା ପୁରୀ ପରିକ୍ରମା ପ୍ରକଳ୍ପର ନିର୍ମାଣ ଶୈଳୀ ବା ଡିଜାଇନରେ ପରିବର୍ତ୍ତନ କରାଯିବ। ଏନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ପୁରୁଣା ଡିଜାଇନ ସହ ଆଉ କିଛି ଆଡ୍‌ କରି ନୂଆ ଡିଜାଇନ ହେବ। ଲୋକଙ୍କ ଧର୍ମୀୟ ଭାବନା ଜଡ଼ିତ ଥିବାରୁ ବିଚାରବିମର୍ଶ ଚାଲିଛି। ବିଶେଷ କରି କୃତ ଯଜ୍ଞ, ଅନ୍ନ ଯଜ୍ଞ, ଜ୍ଞାନ ଯଜ୍ଞ ମଣ୍ଡପ ବ୍ୟବସ୍ଥା ହେବ। ଏନେଇ ଆଲୋଚନା ଚାଲିଛି, ଖୁବ୍‌ ଶୀଘ୍ର ନିଷ୍ପତ୍ତି ହେବା ପରେ କାମ ଆରମ୍ଭ ହେବ। ଦୁଇ ତିନି ମାସ ମଧ୍ୟରେ କାମ ଆରମ୍ଭ ହେବ ବୋଲି ମନ୍ତ୍ରୀ କହିଛନ୍ତି।