Odisha Link
Bridging the Missing Links in Odisha

ବଣ୍ଡାଘାଟିରେ ବଡ଼ ଘୋଷଣା: ଆବାସ ପାଇଁ ମିଳିବ ଅଧିକ ୫୦ ହଜାର

ଓଏଲ୍‌ ବ୍ୟୁରୋ: କୋରାପୁଟ ଗସ୍ତରେ ଯାଇ ବଣ୍ଡାଘାଟିରେ ସୁଭଦ୍ରା ହିତାଧିକାରୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ। ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନା ପାଇଛନ୍ତି କି ନାହିଁ ପଚାରି ବୁଝିଲେ। ଯୋଜନାରେ ପାଇଥିବା ଟଙ୍କା ନେଇ ଆଲୋଚନା କରିଛନ୍ତି। ବଣ୍ଡାଘାଟିର ସୁବିଧା ଓ ସମସ୍ୟା ନେଇ ଆଲୋଚନା ହୋଇଥିବା ସୂଚନା ରହିଛି।

ଏହା ସହ ବଣ୍ଡାଘାଟିରେ ବଡ଼ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସୁଭଦ୍ରାରେ ୨୯୩୨ ରିଜେକ୍ଟ ଆବେଦନର ସାନି ବିଚାର ହେବ। ସରକାରୀ ପ୍ରତିନିଧି ଆସି ଘର ଘର ବୁଲି ସମାଧାନ କରିବେ। ଆବାସ ଯୋଜନାରେ ଘର ନିର୍ମାଣ ପାଇଁ ଏଠି ଅଧିକ ଖର୍ଚ୍ଚ ହେଉଛି। ତେଣୁ ସରକାର ବଣ୍ଡାଘାଟିବାସୀଙ୍କୁ ଆବାସ ପାଇଁ ଅଧିକ ୫୦ ହଜାର ଦେବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଘୋଷଣା କରିଛନ୍ତି।