Odisha Link
Bridging the Missing Links in Odisha

ରବିବାର ହେବନି ପଥ ଉତ୍ସବ, ସୂଚନା ଦେଲା ବିଏମ୍‌ସି

ଓଏଲ୍‌ ବ୍ୟୁରୋ: ରାତି ପାହିଲେ ଦୁଲୁକିଥାନ୍ତା ରାଜଧାନୀ ଭୁବନେଶ୍ବର। ହେଲେ ଲଘୁଚାପ ଜନତି ବର୍ଷା ସବୁକିଛି ବିଗାଡ଼ି ଦେଲା। ଆସନ୍ତାକାଲି ହେବାକୁ ଥିବା ପଥ ଉତ୍ସବକୁ ସ୍ଥଗିିତ କରାଯାଇଛି। ବର୍ଷା ଓ ଖରାପ ପାଗ ଯୋଗୁଁ ପଥ ଉତ୍ସବ ସ୍ଥଗିତ କରାଯାଇଛି। ଏନେଇ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛି ଭୁବନେଶ୍ବର ମହାନଗର ନିଗମ।

ପ୍ରବାସୀ ଭାରତୀୟ ସମ୍ମିଳନୀ ପୂର୍ବରୁ ରାଜଧାନୀର ୩ଟି ଜୋନ୍‌ରେ ପଥ ଉତ୍ସବ ହୋଇଥାନ୍ତା। ଯାହାର ଶୁଭାରମ୍ଭ ଆସନ୍ତାକାଲିଠୁ ହୋଇଥାନ୍ତା। ତେବେ ବର୍ଷା କାରଣରୁ ପଥ ଉତ୍ସବକୁ ସ୍ଥଗିତ କରାଯାଇଥିବା ସୂଚନା ରହିଛି। ସେହିପରି ପୁଣି କେଉଁ ତାରିଖରେ ପଥ ଉତ୍ସବ ହେବ ତାହା ଜଣାଇ ଦିଆଯିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।