Odisha Link
Bridging the Missing Links in Odisha

ନୂଆ ଢାଞ୍ଚାରେ ଯୁକ୍ତଦୁଇ ପରୀକ୍ଷା: ଆଜିଠୁ ଇଣ୍ଟରନାଲ ଆସେସ୍‌ମେଣ୍ଟ

ଓଏଲ୍‌ ବ୍ୟୁରୋ: ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗ ପକ୍ଷରୁ +୨ ପରୀକ୍ଷା ତାରିଖ ଘୋଷଣା ହୋଇଥିବାବେଳେ ଆଜିଠୁ +୨ ଇଣ୍ଟରନାଲ ଆସେସ୍‌ମେଣ୍ଟ ପରୀକ୍ଷା ଆରମ୍ଭ ହୋଇଛି। ଆଜିଠୁ ଇଣ୍ଟରନାଲ ଆସେସ୍‌ମେଣ୍ଟ ଆରମ୍ଭ ହୋଇଥିବାବେଳେ ଡିସେମ୍ବର ୩୦ ତାରିଖ ଯାଏ ଚାଲିବ। ସେହିଭଳି ଫେବ୍ରୁଆରୀ ୧୮ରୁ ଯୁକ୍ତଦୁଇ ଥିଓରି ପରୀକ୍ଷା ପରୀକ୍ଷା ହେବ।

ଯୁକ୍ତଦୁଇ ପରୀକ୍ଷା ନେଇ ପରୀକ୍ଷା ସୂଚୀ ପ୍ରକାଶ ପାଇଛି। ଚଳିତବର୍ଷ ୮୦ ମାର୍କର ଥିଓରୀ ଓ ୨୦ ଇଣ୍ଟରନାଲ ଆସେସମେଣ୍ଟ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ତେବେ ୮୦ ମାର୍କର ଥିଓରୀରୁ ୨୪ ରଖିଲେ ଛାତ୍ରଛାତ୍ରୀ ପାସ କରିବେ। ଜାତୀୟ ଶିକ୍ଷା ନୀତି ଢାଞ୍ଚାରେ ପରୀକ୍ଷା କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ନିଷ୍ପତି ନେଇଛି।