Odisha Link
Bridging the Missing Links in Odisha

ବିପର୍ଯ୍ୟୟ ମୁକାବିଲାରେ ସୁଦୃଢ଼ ହେବ ଓଡ଼ିଶା, ରାଜ୍ୟରେ ଲାଗିବ ଆଉ ୩ ଡପଲର ରାଡାର

ଓଏଲ୍‌ ବ୍ୟୁରୋ: ଜଳବାୟୁ ପର୍ଯ୍ୟବେକ୍ଷଣ ସାମର୍ଥ୍ୟ ବଢ଼ାଇବା ଲାଗି ଓଡ଼ିଶାରେ ଖୁବ୍‌ଶୀଘ୍ର ଆଉ ୩ଟି ଡପଲର ରାଡାର ସ୍ଥାପନ କରାଯିବ ବୋଲି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ଓଡ଼ିଶାରେ ଆଉ ୩ଟି ସ୍ଥାନରେ ଡପଲର ରାଡାର ଲାଗିବ ବୋଲି ରାଜସ୍ବ ମନ୍ତ୍ରୀ ମଧ୍ୟ ସୂଚନା ଦେଇଛନ୍ତି। ପାରାଦୀପ, ଗୋପାଳପୁରରେ ଡପଲର ରାଡାର ରହିଛି। ଖୁବ୍‌ ଶୀଘ୍ର ଭୁବନେଶ୍ବର, ବାଲେଶ୍ବର, ସମ୍ବଲପୁରରେ ଲାଗିବ। ଏହା ଦ୍ବାରା ପ୍ରାକୃତିକ ବିପର୍ଯ୍ୟୟ ଆକଳନ ଆହୁରି ସଠିକ ହେବ। ଦେଶରେ ୭୩ଟି ରାଡାର ରହିଛି, ୨୦୨୬ ସୁଦ୍ଧା ୧୨୬ ଡପଲର ରାଡାର ଲଗାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି।