Odisha Link
Bridging the Missing Links in Odisha

ନିଯୁକ୍ତି ପାଇବେ ୭୫ ହଜାର ଆଶାୟୀ, ଜାଣନ୍ତୁ କେଉଁ ବିଭାଗରେ ନିଯୁକ୍ତି ସୁଯୋଗ ସର୍ବାଧିକ ..

ଓଏଲ୍‌ ବ୍ୟୁରୋ: ଗତକାଲି ରାଜ୍ୟସ୍ତରୀୟ ସୁଶାସନ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଏକ ବିଶେଷ ସୂଚନା ଦେଇଥିଲେ। ଯୁବବର୍ଗଙ୍କୁ ଚାକିରି ଦେବା ନେଇ ପ୍ରତିଶୃତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ୨ ବର୍ଷରେ ୭୫ ହଜାର ନିଯୁକ୍ତି ଦେବା ନେଇ ମୋହନ ମାଝୀ ଘୋଷଣା କରିଛନ୍ତି। ପୂର୍ବ ସରକାରରେ ଦେଢ ଲକ୍ଷ ପଦବୀ ଖାଲି ପଡିଛି। ଆମେ ୨ ବର୍ଷରେ ୭୫ ହଜାର ନିଯୁକ୍ତି ଦେବୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି, ଖୁବଶୀଘ୍ର ୨୦ ହଜାର ଶିକ୍ଷକ ପଦବୀ ପୂରଣ ହେବ ବୋଲି କୁହାଯାଇଛି। ତେବେ ରାଜ୍ୟରେ ବିଭିନ୍ନ ବିଭାଗ ସହ ଶିକ୍ଷକ ହେବା ପାଇଁ ଆଶାୟୀ ଥିବା ପ୍ରାର୍ଥୀଙ୍କ ପାଇଁ ଏହା ସୁବର୍ଣ୍ଣ ସୁଯୋଗ ଆଣିଦେବ। ୨୦ ହଜାର ଶିକ୍ଷକ ପଦବୀ ପୂରଣ ହେବେ ରାଜ୍ୟରେ ଖାଲି ପଡିଥିବା ଶିକ୍ଷକ ପଦବୀ ପୂରଣ ହୋଇପାରିବ।