ଦୁଇଦିନିଆ ରାୟଗଡା ଗସ୍ତରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପର କଲେ ସମୀକ୍ଷା

ଓଏଲ୍ ବ୍ୟୁରୋ: ଦୁଇଦିନିଆ ରାୟଗଡା ଗସ୍ତ କରିଛନ୍ତି ଗ୍ରାମ୍ୟ ଉନ୍ନୟନ ତଥା ଗ୍ରାମ୍ୟ ଜଳ ଓ ପରିମଳ ମନ୍ତ୍ରୀ ରବିନାରାୟଣ ନାୟକ। ରାୟଗଡା ଗସ୍ତ କରି ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଛନ୍ତି ମନ୍ତ୍ରୀ ରବିନାରାୟଣ ନାୟକ। ଆଜି ଭୋରରୁ ଟ୍ରେନ ଯୋଗେ ରାୟଗଡା ପହଂଚିବା ପରେ ବିଷମକଟକ ବ୍ଲକ ଅତର୍ଗତ ପୁରୁଣାପାଣି ଠାରେ ଥିବା ମେଗା ପାନୀୟ ଜଳ ପ୍ରକଳ୍ପ ଓ କୁଟ୍ରାଗଡ଼ ଠାରେ ପାନୀୟ ଜଳ ପ୍ରକଳ୍ପ ବୁଲି ଦେଖିଥିବା ବେଳେ ଉକ୍ତ ପ୍ରକଳ୍ପର ଅଗ୍ରଗତି ଓ ମାନ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି। ଆଜି ସନ୍ଧ୍ୟାରେ ରାୟଗଡା ଜିଲ୍ଲା ସଂସ୍କୃତି ମହୋତ୍ସବ ଚଇତି ଉଦଘାଟନ ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।