Odisha Link
Bridging the Missing Links in Odisha

ଆନ୍ଦୋଳନରୁ ହଟିଲେ ଉଠା ଦୋକାନୀ, ବଡ଼ ସୂଚନା ଦେଲେ ଭୁବନେଶ୍ୱର ମେୟର..

ଓଏଲ୍‌ ବ୍ୟୁରୋ: ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ସଜେଇ ହେଉଛି ରାଜଧାନୀ। ସେଥିପାଇଁ ବିଭିନ୍ନ ଦୋକାନ ବଜାର ଭୁବନେଶ୍ୱରକୁ ସଫା କରିବା ପାଇଁ ଅଣ୍ଟା ଭିଡ଼ିଛି ବିଏମସି। ଏହି କ୍ରମରେ ଉଠା ଦୋକାନୀଙ୍କ ଉପରେ ପଡିଛି ପ୍ରଭାବ। ରାସ୍ତା କଡ଼ରେ ଉଠା ଦୋକାନୀଙ୍କୁ ହଟାଇ ସ୍ଥାୟୀ ଭେଣ୍ଡିଂ ଜୋନ ଦିଆଯିବ। ଏହି ଦୋକାନ ପଞ୍ଜିକରଣ କରିଥିବା ଦୋକାନୀ ହିଁ ପାଇବେ। ଏହା ସହ ଦୋକାନ ପାଖ ସଫା ରଖିବାକୁ ମେୟର କଡା ନିର୍ଦ୍ଦେଶ ଦେଇଛନ୍ତି।

ଯାହାକୁ ନେଇ ତୀବ୍ର ବିରୋଧ କରିଥିଲେ ଉଠାଦୋକାନୀ। ନାଲକୋ ଛକରେ ଉଠା ଦୋକାନୀ ଧାରଣା ଦେଇଥିଲେ। କଟକ-ନନ୍ଦନକାନନ-ଜୟଦେବ ବିହାର ରାସ୍ତା ଅବରୋଧ କରିବା ସହ BMC ଉତ୍ତର ଜୋନ୍‌ କାର୍ଯ୍ୟାଳୟ ଘେରାଉ କରିଥିଲେ। ଏହା ପରେ ଉଠା ଦୋକାନୀଙ୍କ ସହ ବିଏମସି ଆଲୋଚନା କରିବା ପରେ ଆନ୍ଦୋଳନରୁ ହଟିଲେ ଉଠା ଦୋକାନୀ।

ଏହା ପରେ ମେୟର ସୁଲୋଚନା ଦାସ କହିଛନ୍ତି, ଭୁବନେଶ୍ୱର ସହର ସମସ୍ତଙ୍କର। ସମସ୍ତଙ୍କ ଦାୟିତ୍ୱ ଏହାକୁ ସୁନ୍ଦର ରଖିବା। ଉଠା ଦୋକାନୀଙ୍କ ସହ କଥା ହେଲୁ। ତାଙ୍କୁ ଥଇଥାନ କରିବାର ବ୍ୟବସ୍ଥା ହୋଇଛି ବୋଲି ଭୁବନେଶ୍ୱର ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି।

Leave A Reply

Your email address will not be published.