ଯୋରନ୍ଦାରେ ଜନସମାଗମ, ଆଜି ଯୋରନ୍ଦା ମହିମାଗାଦି ଯିବେ ମୁଖ୍ୟମନ୍ତ୍ରୀ

ଓଏଲ୍ ବ୍ୟୁରୋ: ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘ ମେଳାରେ ଅଲେଖ ଧୂନୀରେ କମ୍ପି ଉଠୁଛି ଯୋରନ୍ଦା ମହିମା ପୀଠ। ମହିମା ଅଲେଖ ଧୂନୀରେ ପ୍ରକମ୍ପିତ ଯୋରନ୍ଦା ମହିମା ଗାଦି। ଯୋରନ୍ଦା ମେଳାରେ ବିଶ୍ଵର ମଙ୍ଗଳ ପାଇଁ ମହଣ ମହଣ ଘୃତରେ ଶୂନ୍ୟ ମନ୍ଦିରରେ ୪ ଦ୍ଵାରରେ ଝାଡ଼ଦିପ ପ୍ରଜ୍ୱଳନ କରାଯାଇଛି। ଏହା ସହିତ ୪ ଦ୍ଵାରରେ ଅଗ୍ନି ଧୂନୀରେ ହଜାର ହଜାର ନଡ଼ିଆ ପୋଡ଼ା ଯାଉଛି। ଆଜି ଯୋରନ୍ଦା ମହିମାଗାଦି ଯିବେ ମୁଖ୍ୟମନ୍ତ୍ରୀ। ମାଘ ମେଳାରେ ମହିମା ଅଲେଖଙ୍କ ନିକଟରେ ଆହୁତି କାର୍ଯ୍ୟକ୍ରମରେ ସାମିଲ ହେବ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ମହିମା ଗୋସାଇଁଙ୍କ ଶୁନ୍ୟ ମନ୍ଦିର ପରିସର ହଜାର ହଜାର ସାଧୁସନ୍ଥ ଓ ଲକ୍ଷ ଲକ୍ଷ ମହିମା ଧର୍ମାବଲମ୍ବୀ, ଭକ୍ତ ଓ ପର୍ଯ୍ୟାଟକ ମାନଙ୍କର ସମାଗମ ହୋଇଛି। ଏହା ସହ ଅଲେଖ ଧୂନୀରେ ପ୍ରକମ୍ପିତ ହେଉଛି ପିଠ ପରିସର। ଏହି ମାଘ ମେଳାକୁ ରାଜ୍ୟ ଓ ରାଜ୍ୟ ବାହାରୁ ହଜାର ହଜାର ସାଧୁସନ୍ଥ, ଧର୍ମାବଲମ୍ବି ଓ ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କ ସମାଗମ ହୋଇଛି। ପ୍ରଶାସନ ଓ ପୋଲିସ ପ୍ରଶାସନ ତଥା ଯୋରନ୍ଦା ଗ୍ରାମ ପଞ୍ଚାୟତ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି।
ବ୍ୟବସାୟ ପାଇଁ ଦୋକାନ ବଜାର ଗୁଡ଼ିକ ପ୍ରାୟ ୧୦ ଦିନ ପର୍ଯ୍ୟନ୍ତ ଖୋଲା ରହିବ। ପ୍ରଶାସନ ପକ୍ଷରୁ ପଲ୍ଲିଶ୍ରୀ ମେଳାର ମଧ୍ୟ ଆୟୋଜନ କରାଯାଇଛି ଚଳିତ ବର୍ଷ ବହୁ ସଂଖ୍ୟାରେ ବିଦେଶୀ ପର୍ଯ୍ୟଟକ ମାନେ ଆସିଛନ୍ତି। ଅଗ୍ନିରେ ଲକ୍ଷାଧିକ ନଡ଼ିଆ ପୋଡା ଯିବ। ମାନସୀକ ଧାରୀ ମାନେ ଚୁଟି ମଣ୍ଡଳ କରି ସାଧୁ ମାନଙ୍କର ଆର୍ଶିବାଦ ଲାଭ କରୁଛନ୍ତି। ସାଧୁସନ୍ଥ ମାନଙ୍କୁ ଦର୍ଶନ କରି ଶ୍ରଦ୍ଧାଳୁ ଭକ୍ତ ମାନେ ନିଜ, ନିଜ ପରିବାରର ମଙ୍ଗଳ କାମନା କରିବେ। ମାଘମେଳା ପାଇଁ ଯୋରନ୍ଦା ପୀଠରେ ବିଭିନ୍ନ ଦୋକାନ ବଜାର ଖୋଲିଛି।
ହଜାର ଜହାର ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ପୁଲିସ ମୁତୟନ କରାଯାଇଛି। ମାଘ ମେଳାରେ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଝାଡ଼ ଦର୍ଶନ କରିବା ସହ ବାବା ମାନଙ୍କର ସାନିଧ୍ୟ ଲାଭ କରିଛନ୍ତି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଧର୍ମିଣୀ ମୃଦୁଳା ଠାକୁର ପ୍ରଧାନ ମଧ୍ୟ ଯୋରନ୍ଦା ମେଳା ଆସି ବାବା ମାନଙ୍କକର କୃପା ଲାଭ କରିଛନ୍ତି ।