Odisha Link
Bridging the Missing Links in Odisha

ବିଧାନସଭା ଆରମ୍ଭରୁ ହଟ୍ଟଗୋଳ, ଗୃହ ମୁଲତବି ଘୋଷଣା କଲେ ବାଚସ୍ପତି

ଓଏଲ୍‌ ବ୍ୟୁରୋ: ବିଧାନସଭା ବଜେଟ ଅଧିବେଶନର ଆଜି ଦ୍ବିତୀୟ ଦିନ। ଆଜି ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା, ଶିଳ୍ପ, ଅନୁସୂଚିତ ଜାତି ଓ ଜନଜାତି ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ ବିଭାଗର ରହିଛି ପ୍ରଶ୍ନକାଳ। ବିଧାନସଭା ଆରମ୍ଭରୁ ହଟ୍ଟଗୋଳ ଦେଖିବାକୁ ମିଳିଛି। ଗୃହ କାର୍ଯ୍ୟ ଆରମ୍ଭରୁ ବିଜେଡି ଓ କଂଗ୍ରେସ ପ୍ରତିବାଦ କରିଛନ୍ତି। ବାଚସ୍ପତିଙ୍କ ପୋଡିୟମ ଆଗରେ ହୋହଲ୍ଲା ଓ ନାରାବାଜି କରିଛନ୍ତି। ମଧ୍ୟ ଭାଗରେ ଠିଆ ହୋଇ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି କଥା ଉଠାଇଲେ ବିରୋଧୀ। ଦିନ ୧୨ଟା ଯାଏଁ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି।

Leave A Reply

Your email address will not be published.