Odisha Link
Bridging the Missing Links in Odisha

ପହଲଗାମ ହମଲା: ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ

ଓଏଲ୍‌ ବ୍ୟୁରୋ: ପହଲଗାମ୍‌ ଆକ୍ରମଣ ମାମଲାରେ ଆଜି ଆତଙ୍କବାଦୀ ଆକ୍ରମଣ ସମ୍ପର୍କିତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରିଥାନ୍ତେ ସୁପ୍ରିମକୋର୍ଟ। ମାମଲାରେ ଏକ ବିଚାରପତି ଆୟୋଗ ଗଠନ କରିବା ସହ କଶ୍ମୀରରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ଏବଂ ଜମ୍ମୁ ଓ କାଶ୍ମୀର ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରାଯାଇଥିଲା। କଶ୍ମୀରର ନିବାସୀ ମହମ୍ମଦ ଜୁନୈଦ, ଫତେଶ କୁମାର ସାହୁ ଏବଂ ବିକି କୁମାରଙ୍କ ଦ୍ୱାରା ଆବେଦନ କରିଥିଲେ। ହେଲେ ଆବେଦନକାରୀଙ୍କ ଆବେଦନ ଉପରେ ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ।

ସୁପ୍ରିମକୋର୍ଟ କହିଛନ୍ତି, ବର୍ତ୍ତମାନ ଆବେଦନ କରିବାର ସମୟ ନୁହେଁ। ଏଭଳି କରି ସେନାର ମନୋବଳ ଭାଙ୍ଗନି। ବିଚାରପତିଙ୍କ କାମ ତଦନ୍ତ ନୁହେଁ। ଏଭଳି କଠିନ ସମୟରେ ସମସ୍ତେ ଦେଶ ସହ ଏକଜୁଟ ହୁଅନ୍ତୁ। ପହଲଗାମ୍‌ ଆତଙ୍କୀ ହାମଲାରେ ୨୬ ଜଣଙ୍କ ମୃତ୍ୟୁ ହୋଇଥିଲା। ଯାହାକୁ ନେଇ ସାରା ଦେଶରେ ଚହଳ ସୃଷ୍ଟି ହୋଇଛି।

Leave A Reply

Your email address will not be published.