Odisha Link
Bridging the Missing Links in Odisha

ଅପରେସନ ‘ସିନ୍ଦୂର’: ଆରମ୍ଭ ହେଲା ସର୍ବଦଳୀୟ ବୈଠକ

ଓଏଲ୍‌ ବ୍ୟୁରୋ: ପହଲଗାଓଁ ଆକ୍ରମଣକୁ ନେଇ ଅପରେସନ ସିନ୍ଦୂର ପରେ ସର୍ବଦଳୀୟ ବୈଠକ ଡାକିଛନ୍ତି କେନ୍ଦ୍ର ସରକାର। ସର୍ବଦଳୀୟ ବୈଠକ ଆରମ୍ଭ ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ବୈଠକ ଆରମ୍ଭ ହୋଇଛି। ସଂସଦ ଭବନରେ ସର୍ବଦଳୀୟ ବୈଠକ ବସିଛି।

ଅପରେସନ ସିନ୍ଦୂରକୁ ନେଇ ଭାରତୀୟ ସେନା ବାହିନୀଙ୍କ ପ୍ରଶଂସା କରିଛି କେନ୍ଦ୍ର କ୍ୟାବିନେଟ। ସେନାବାହିନୀ ଦ୍ୱାରା କରାଯାଇଥିବା ଅପରେସନକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ। ଅପରେସନ୍ ସିନ୍ଦୂରର କିଛି ଘଣ୍ଟା ପରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ସାମରିକ ଆକ୍ରମଣ ବିଷୟରେ ସୂଚନା ଦେବା ପାଇଁ ଏକ କ୍ୟାବିନେଟ୍ ବୈଠକ ଡାକିଥିଲେ। ସଂସଦରେ ଅପରେସନ୍ ସିନ୍ଦୂର ବିଷୟରେ ସମସ୍ତ ରାଜନୈତିକ ଦଳକୁ ସୂଚନା ଦେବା ପାଇଁ ଏହି ସର୍ବଦଳୀୟ ବୈଠକ ଡକାଯାଇଛି।

Leave A Reply

Your email address will not be published.