ଅମିତ ଶାହଙ୍କ ଓଡ଼ିଶା ଗସ୍ତ ସ୍ଥଗିତ

ଓଏଲ୍ ବ୍ୟୁରୋ: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ବାତିଲ ହୋଇଛି ବୋଲି ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ସୂଚନା ପ୍ରଦାନ କରିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରୀ ଦୁଇ ଦିନିଆ ଗସ୍ତରେ ଗୃହ ମନ୍ତ୍ରୀ ଅମିତ ଶାହ ଆସିବାର କାର୍ଯ୍ୟକ୍ରମ ଥିଲା। ଆସନ୍ତା ୧୦ରେ ଓଡ଼ିଶାରେ କାର୍ଯ୍ୟକ୍ରମ ଥିଲା। ଭାରତ-ପାକ୍ ମଧ୍ୟର ସ୍ଥିତିକୁ ନେଇ ଗସ୍ତ ସ୍ଥଗିତ ରଖାଯାଇଥିବା ଜଣା ପଡିଛି। ମେ’ ୧୦ ଓ ମେ’୧୧ରେ ସେ ସମ୍ବଲପୁର ଏବଂ ଭୁବନେଶ୍ଵର ଗସ୍ତରେ ଆସିଥାନ୍ତେ। ତାଙ୍କର ଗସ୍ତକ୍ରମରେ ବିଭିନ୍ନ ପ୍ରକଳ୍ପ ଉଦ୍ଘାଟନ ହୋଇଥାନ୍ତା।