ଲାହୋରରେ ଘନଘନ ଆକ୍ରମଣ, ତୁରନ୍ତ ଲାହୋର ଛାଡ଼ିବାକୁ ଅପିଲ୍ କଲା ଆମେରିକା

ଓଏଲ୍ ବ୍ୟୁରୋ: ପାକିସ୍ତାନ ଲାହୋରରେ ବଡ ଧରଣର ବିସ୍ଫୋରଣ ହୋଇଛି। ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ଲାହୋରେ ୩ଟି ବିସ୍ଫୋରଣ ହୋଇଥିବା ପାକ୍ ମିଡ଼ିଆରେ ଖବର ପ୍ରସାରଣ ହୋଇଛି। ଲାହୋର ଏୟାରପୋର୍ଟ ନିକଟରେ ହୋଇଥିବା ବିସ୍ଫୋରଣର ପ୍ରଚଣ୍ଡ ଶଦ୍ଦ ଅନେକ ଦୂର ଯାଏ ଶୁଣାଯାଇଥିଲା। ଏହାପରେ ସାଇରନ ବାଜିବା ଦ୍ୱାରା ପୁଲିସ ଅଧିକାରୀମାନେ ଏକତ୍ର ହୋଇଥିଲେ। ବ୍ଲାଷ୍ଟ ପରେ ଲୋକାମାନେ ଦୌଡିବାକୁ ଲାଗିବାରୁ ଉତ୍ତେଜନା ସୃଷ୍ଟି ହୋଇଥିଲା।
ଅନ୍ୟପଟେ, ନିଜ ନାଗରିକଙ୍କୁ ସତର୍କ କରାଇଛି ଆମେରିକା। ତୁରନ୍ତ ଲାହୋର ଛାଡ଼ିବାକୁ ଅପିଲ୍ କଲା ଆମେରିକା। ନିଜ ନାଗରିକଙ୍କୁ ଲାହୋର ଛାଡ଼ିବାକୁ ଆମେରିକାର ନିର୍ଦ୍ଦେଶ। ଲାହୋରରେ ଘନଘନ ଆକ୍ରମଣ ପରେ ସୁରକ୍ଷିତ ସ୍ଥାନକୁ ପଳାଇଯିବାକୁ ଆମେରିକା ନିର୍ଦ୍ଦେଶ ଦେଇଛି।