Odisha Link
Bridging the Missing Links in Odisha

ବ୍ୟକ୍ତିଙ୍କୁ ଗୁଳିକରି ହତ୍ୟା କଲେ ଦୁର୍ବୃତ୍ତ

ବରଗଡ଼ : ବରଗଡ଼ ନିକଟରେ ଥିବା ଜମୁର୍ଡ଼ା ଗ୍ରାମର ଏକ ଛତୁଆ ୟୁନିଟ ନିକଟରେ ଗତ କାଲି ବିଳମ୍ବିତ ରାତିରେ ଜଣେ ବ୍ୟକ୍ତିଙ୍କୁ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିଛନ୍ତି। ମୃତକ ହେଲେ ବସନ୍ତ ପ୍ରଧାନ । ସେ ସମ୍ବଲପୁର ଜିଲ୍ଲା ଧମା ନିକଟସ୍ଥ ବରଗାଁର ବୋଲି ଜଣାପଡ଼ିଛି। ବସନ୍ତ ତାଙ୍କ ଭଉଣୀ ଘରେ ୨ବର୍ଷ ହେବ ରହି ଆସୁଥିଲେ ।।ରାତିରେ ଖାଇବା ପରେ ସେ ଛାତ ଉପରେ ଶୋଇଥିବା ସମୟରେ ହଠାତ ଗୁଳି ଫୁଟିବା ଶବ୍ଦ ପରିବାର ବର୍ଗ ଶୁଣି ଛାତ ଉପରକୁ ଯାଇଥିଲେ। ଗରୁତର ଭାବେ ବସନ୍ତଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ବିକାଶ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ବୁର୍ଲା ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଘଟଣାସ୍ଥଳରେ ଦୁଇଟି ଖୋକା ଓ ଗୋଟିଏ ଜୀବନ୍ତ ଗୁଳି ପଡ଼ିଥିବାର ଜଣାପଡ଼ିଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed.