ଆସନ୍ତାକାଲି ଘରୋଇ ବସ୍ ଚଳାଚଳ ବନ୍ଦ

ଭୁବନେଶ୍ବର: ଆସନ୍ତାକାଲି ୧୨ ଦଫା ଦାବି ନେଇ ଭାରତ ବନ୍ଦ ଡାକରା ଦେଇଛି ଟ୍ରେଡ ୟୁନିୟନ। ଆସନ୍ତାକାଲି ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ପାଇଁ ଗଡ଼ିବନି ବସ୍ । କାଲି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବସ୍ ଚଳାଚଳ ସେବା ବନ୍ଦ ରହିବ । ସନ୍ଧ୍ୟା ୬ଟା ପରେ ବସ୍ ଚଳାଚଳ ସ୍ୱାଭାବିକ ହେବ ବୋଲି ଘରୋଇ ବସ୍ ମାଲିକ ସଂଘର ସମ୍ପାଦକ ସୂଚନା ଦେଇଛନ୍ତି। ତେବେ ଭାରତ ବନ୍ଦକୁ ବିଜେଡ଼ି ସମର୍ଥନ କରିବ ନାହିଁ ବୋଲି ଚର୍ଚ୍ଚା ହେଉଛି । କାଲି ବାରିପଦାରେ ମୁଖ୍ୟମନ୍ତ୍ରୀଙ୍କ ବିଶାଳ ରାଲି ଥିବାବେଳେ ବନ୍ଦ ଡାକରା ଭିତରେ ମୁଖ୍ୟମନ୍ତ୍ରୀ ରାଜନୈତିକ କାର୍ଯ୍ୟକ୍ରମ ବନ୍ଦକୁ ସମର୍ଥନ କରୁନଥିବା ଦର୍ଶାଉଛି । କାଲି ବିଶାଳ ରାଲି କରି ନବୀନ ଦଳୀୟ କର୍ମୀଙ୍କୁ ସମ୍ବୋଧନ କରିବେ।
ସେପଟେ ଆସନ୍ତାକାଲି ଭାରତ ବନ୍ଦକୁ ସମର୍ଥନ କରୁଥିବା କହିଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ପୂର୍ବରୁ ବନ୍ଦକୁ କଂଗ୍ରେସ ସମର୍ଥନ ଘୋଷଣା କରିସାରିଥିବା ବେଳେ ଆଜି ମନ୍ତ୍ରୀ ସମର୍ଥନ କରିବା ନେଇ କହିଛନ୍ତି । ଦରଦାମ ବୃଦ୍ଧି, ବେକାରୀ ରୋକିବାରେ କେନ୍ଦ୍ର ସରକାର ବିଫଳ ହୋଇଥିବାବେଳେ ଲୋକଙ୍କ ପାଖରେ କାମ ନାହିଁ ।
ଆସନ୍ତାକାଲି ଯେଉଁ ଭାରତ ବନ୍ଦ ଡାକରା ଦିଆଯାଇଛି , ତାକୁ ସମର୍ଥନ କରୁଥିବା ମନ୍ତ୍ରୀ କହିଛନ୍ତି । ଏଠାରେ ସୂଚନା ଥାଉ କି ୨୪ ଘଣ୍ଟିଆ ଭାରତ ବନ୍ଦକୁ ପୂର୍ଣ୍ଣ ସମର୍ଥନ ଦେବାକୁ ବିଜୁ ଜନତା ଦଳର ସମର୍ଥନ ଲୋଡ଼ିଥିଲେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ମିଳିତ ମଞ୍ଚ। ବନ୍ଦକୁ ସମର୍ଥନ ଦେବା ପାଇଁ କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ଗତ ୪ଦିନ ତଳୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।