Odisha Link
Bridging the Missing Links in Odisha

‘ଫ୍ରୀ କାଶ୍ମୀର’ ପୋଷ୍ଟର ଉପରେ ଯୁବତୀ କହିଲେ …

ମୁମ୍ବଇ: ଗତକାଲି ମୁମ୍ବଇର ଗେଟ୍‌ ୱେ ଅଫ୍‌ ଇଣ୍ଡିଆଠାରେ ଜେଏନୟୁ ହିଂସା ବିରୋଧରେ ବିରୋଧ ପ୍ରଦର୍ଶନ ସମୟରେ ଜଣେ ଯୁବତୀ ‘ଫ୍ରୀ କାଶ୍ମୀର’ ପୋଷ୍ଟର ଧରିଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ଏବେ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇଛି ପଡିଛି। ବିଜେପି ରାଜ୍ୟ ସରକାରଙ୍କୁ ଏସବୁ କିଏ କରାଉଛି ବୋଲି ପ୍ରଶ୍ନ କରିଛି। ବିରୋଧ ପ୍ରଦର୍ଶନ ସମୟରେ ପୋଷ୍ଟର ଧରିଥିବା ଯୁବତୀ ଜଣକ
ଏବେ ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ସେ ଉକ୍ତ ପୋଷ୍ଟର କାହିଁକି ଧରିଥିଲେ ତା’ ବିଷୟରେ ଭିଡିଓରେ ସ୍ପଷ୍ଟ କରିଛନ୍ତି।

ଯୁବତୀଙ୍କ ନାଁ ହେଉଛି ମହକ ମିର୍ଜା ପ୍ରଭୁ। ସେ ଭିଡିଓରେ କହିଛନ୍ତି, ଗେଟ୍‌ ୱେ ଇଣ୍ଡିଆଠାରେ ବିକ୍ଷୋଭ ବେଳେ ମୁଁ ଏକ ପୋଷ୍ଟର ଧରିଥିଲି। ସେହି ପୋଷ୍ଟରଟି ପୂର୍ବରୁ ସେଠାରେ ତଳେ ପଡ଼ିଥିଲା। ମୁଁ ତାହାକୁ ତଳୁ ଉଠାଇ ପ୍ରଦର୍ଶନ କରିବାର କାରଣ ହେଉଛି, ମୁଁ କାଶ୍ମୀରରେ ଇଣ୍ଟରନେଟ ଏବଂ ମୋବାଇଲ ସେବା ଆରମ୍ଭ କରିବା ସମ୍ପର୍କରେ କିଛି କହିବାକୁ ଚାହୁଁଥିଲି। ମୁଁ କାଶ୍ମୀର ବାସିନ୍ଦା ନୁହେଁ, ମୁମ୍ବଇବାସୀ। କୌଣସି ଗ୍ୟାଙ୍ଗ ସହିତ ମୋର କିଛି ସମ୍ପର୍କ ନାହିଁ।

https://www.instagram.com/tv/B7AVvDiloym/?utm_source=ig_web_copy_link

Comments are closed.