କଦଳୀ ଖୁଆଇ ୧୦ କୋଟିର ଡ୍ରଗ୍ସ, ବାହାରକଲା ପୁଲିସ୍

ନୂଆଦିଲ୍ଲୀ: କଦଳୀ ଖୁଆଇ ପେଟରୁ ୧୦ କୋଟିର ଡ୍ରଗ୍ସ, ବାହାର କରିବା ଘଟଣା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗଉଥିବ ନିଶ୍ଚୟ କିନ୍ତିୁ କଥାଟି ସତ। ଡ୍ରଗ୍ସ କାରବାର ଉପରେ ଯେତେ ପ୍ରତିବନ୍ଧକ ଲଗାଇଲେ ମଧ୍ୟ ଡ୍ରଗ୍ସ ମାଫିଆମାନେ ତାର ବିକଳ୍ପ ବାଟ ବାହାର କରୁଛନ୍ତି। ଏକ ଅଭିନବ ଉପାୟରେ ଆଫଗାନିସ୍ଥାନରୁ ଦିଲ୍ଲୀ ଆସୁଥିଲା ଡ୍ରଗ୍ସ। ଡ୍ରଗ୍ସ ମାଫିଆମାନେ ପେଟରେ ଡ୍ରଗ୍ସ କ୍ୟାପ୍ସୁଲ ଲୁଚାଇ ଆଣୁଥିଲେ ଏବଂ ଏମାନଙ୍କ ପେଟରୁ ୨୦ରୁ ୪୦ଟି କ୍ୟାପ୍ସୁଲ ଜବତ ହୋଇଛି।
ଏହି ଡ୍ରଗ୍ସ ମାଫିଆଙ୍କ ଉପରେ ପ୍ରଥମେ ଏନ୍ସିବିର ସନ୍ଦେହ ଆସିଥିଲା ହେଲେ କିଛି ମିଳି ନ ଥିଲା। ସନ୍ଦେହ ବଢିବାରୁ ଏନସିବି ଅଧିକାରୀମାନେ ତାଙ୍କର ସ୍କାନିଂ କରିଥିଲେ। ସ୍କାନିଂ ପରେ ସେମାନଙ୍କ ପେଟରେ ଡ୍ରଗ୍ସ କ୍ୟାପ୍ସୁଲ ଦେଖିବାକୁ ମିଳିଥିଲା।। ଏହି କ୍ୟାପ୍ସୁଲ୍ ବାହାର କରିବା ପାଇଁ ଅଧିକାରୀମାନେ ତାଙ୍କୁ ୧୦ ଡଜନ କଦଳୀ ଖୁଆଇଲେ। ଗିରଫ ଅଭିଯକ୍ତଙ୍କ କହିବା ଅନୁଯାୟୀ, ମହୁ ଏବଂ ଏକ ସ୍ୱତନ୍ତ୍ର ତେଲ ସାହାଯ୍ୟରେ ଏହି କ୍ୟାପ୍ସୁଲ୍ ତାଙ୍କ ପେଟ ଭିତରକୁ ଯାଉଥିଲା। ଏହି ୭ ଜଣଙ୍କ ପେଟରୁ ପ୍ରାୟ ୧୭୭ କ୍ୟାପ୍ସୁଲ ଜବତ କରାଯାଇଥିଲା ଯେଉଁଥିରେ ହେରୋଇନ ଥିଲା।ଏଥିପାଇଁ ସେମାନଙ୍କୁ ଲକ୍ଷ ଲକ୍ଷ ଟଙ୍କା ମିଳୁଥିଲା। ଜବତ ଡ୍ରଗ୍ସ ଦାମ ୧୦ କୋଟି ଟଙ୍କା ହେବ। ଏହି ଗ୍ରୁପ୍ର ଅନ୍ୟ ୨ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି।