ମେ ୧୭ ପରେ କ’ଣ ହେବ? : ସୋନିଆ

ନୂଆଦିଲ୍ଲୀ: ବିଶ୍ବ ମହାମାରୀ କରୋନା ଭାଇରସ୍କୁ ପ୍ରତିହତ କରିବା ପାଇଁ ସାରା ଦେଶ ଲକ୍ଡାଉନ୍। ବର୍ତ୍ତମାନ ସାରା ଦେଶରେ ୩ୟ ପର୍ଯ୍ୟାୟ ଲକ୍ଡାଉନ୍ ଜାରି ହୋଇଛି। ମେ ୧୭ରେ ସରିବ ଅବଧି। ତେବେ ଲକଡାଉନ୍ ଖୋଲିବା ପରେ ପରିସ୍ଥିତି ସ୍ୱାଭାବିକ ହେବ କି ନାହିଁ ସେ ନେଇ ନେତା ଓ ସାଧାରଣ ଜନତାଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି।
ଆଜି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି। ଆଲୋଚନା ସମୟରେ ସୋନିଆ ଗାନ୍ଧୀ କହିଛନ୍ତି ଯେ, ମେ ୧୭ ତାରିଖ ପରେ କ’ଣ ହେବ? ମେ ୧୭ ପରେ କେମିତି ହେବ? ଲକ୍ଡାଉନ୍ କେତେ ଦିନ ଚାଲିବ, କେଉଁ ସୂତ୍ରକୁ ଭିତ୍ତିକରି ସରକାର ଏଭଳି ବିଚାର କରୁଛନ୍ତି ବୋଲି ସୋନିଆ ସରକାରଙ୍କୁ ପ୍ରଶ୍ନ କରିଛନ୍ତି।
ଆଲୋଚନାରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ସୋନିଆଙ୍କ କଥା ସମର୍ଥନ ଜଣାଇ କହିଛନ୍ତି ଯେ, ସୋନିଆଜୀ ଯେପରି କହିଛନ୍ତି, ଲକଡାଉନ୍ -୩ ପରେ କ’ଣ ହେବ ତାହା ଆମକୁ ଜାଣିବା ଆବଶ୍ୟକ।