Odisha Link
Bridging the Missing Links in Odisha

ଜଗତସିଂହପୁର ଛୁଇଁଲା କରୋନା, ୪ ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮୫ରେ ପହଁଞ୍ଚିଛି। ପ୍ରଥମ ଥର ପାଇଁ ଜଗତସିଂହପୁର ଜିଲ୍ଲାକୁ ବ୍ୟାପିଲା କରୋନା ସଂକ୍ରମଣ।

ଆଜି ସନ୍ଧ୍ୟାରେ ଚିହ୍ନଟ ହୋିଥିବା ୫ ଆକ୍ରାନ୍ତଙ୍କ ମଧ୍ୟରୁ ୪ ଆକ୍ରାନ୍ତ ଜଗତସିଂହପୁର ଜିଲ୍ଲାର। ଆକ୍ରାନ୍ତଙ୍କ ବୟସ ୨୬, ୩୨, ୩୦, ୪୭। ସମସ୍ତେ କ୍ୱାରେଣ୍ଟାଇନ୍‌ରେ ଥିଲେ। ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ ଗୋଟିଏ ପରିବାରର। ଏମାନେ ନାଉଗାଁ ବ୍ଲକ୍‌ର ବୋଲି ପରି ଜଣାପଡିଛି। ଏବଂ ସମସ୍ତ ଆକ୍ରାନ୍ତ ସୁରତ ଫେରନ୍ତା ବୋଲି ସ୍ପଷ୍ଟ କରିଛନ୍ତି ସରକାର।

ଏଥିସହିତ ଆଉ ଜଣେ ଆକ୍ରାନ୍ତ କେନ୍ଦ୍ରାପଡାରୁ ଚିହ୍ନଟ ହୋଇଛନ୍ତି। ସେ ନିକଟରେ କୋଲକାତାରୁ ଫେରିଥିଲେ। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୮୫ରେ ପହଞ୍ଚିଛି। ଏବେ ରାଜ୍ୟରେ ୧୨୨ଟି ଆକ୍ଟିଭ କେଶ ରହିଛି। ଏମାନେ ରାଜ୍ୟରେ ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ୬୧ ଜଣ ସୁସ୍ଥ ହୋଇଛନ୍ତି ଓ ୨ ଜଣଙ୍କ ମୃତ୍ୟୁ ହୋଇଛି। ରାଜ୍ୟରେ ୧୭ ଜିଲ୍ଲା କରୋନାରେ ଆକ୍ରାନ୍ତ ହୋଇଛନ୍ତି।

Comments are closed.