ଓଡ଼ିଶାରେ ପହଁଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ବର: ଭୁବନେଶ୍ବର ବିମାନବନ୍ଦରରେ ପହଁଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜ୍ୟରେ ବାତ୍ୟା ଅମ୍ଫାନ୍ କ୍ଷୟକ୍ଷତି ନେଇ ଆକାଶମାର୍ଗରୁ ସ୍ଥିତି ସମୀକ୍ଷା କରିବେ ମୋଦି। ବିମାନମନ୍ଦରରେ ମେଦିଙ୍କୁ ସ୍ବାଗତ କରିବା ପାଇଁ ବିମାନ ବନ୍ଦରରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ, ଗୃହ ସଚିବ, DGP, ବିରୋଧୀ ଦଳ ନେତା ଓ ବିଜେପି ରାଜ୍ୟ ସଭାପତି ଉପସ୍ଥିତ।
ଉଲ୍ଲେଖଯୋଗ୍ୟ ଯେ ଗତ ୨୦ରେ ପ୍ରଳୟଙ୍କରୀ ବାତ୍ୟା ଅମ୍ଫନ ପାଇଁ ରାଜ୍ୟରେ କ୍ଷୟକ୍ଷତି ହୋଇଛି । ବାତ୍ୟା ପାଇଁ ଓଡ଼ିଶାର ଜିଲ୍ଲା ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ବେଶି ପ୍ରଭାବିତ ହୋଇଥିବା ସୂଚନା ରହିଛି ।