କରୋନା ମାଡ଼: ୩୦ ଲକ୍ଷ ଟଙ୍କାର କାର୍ ବିକିବେ ଦୂତୀ ଚାନ୍ଦ

ଭୁବନେଶ୍ବର: କରୋନା କଟକଣା ସମୟରେ ଆର୍ଥିକ ସଙ୍କଟ ଏବେ ସମସ୍ତଙ୍କୁ ଆବୋରିଛି। ପ୍ରସିଦ୍ଧ ବ୍ୟକ୍ତିତ୍ବ ବି ଏଥିରୁ ବାଦ ପଡ଼ିନାହାନ୍ତି। ଏଭଳି ସମୟରେ ନିଜର ଆର୍ଥିକ ଆବଶ୍ୟକତା ପୂରଣ ପାଇଁ ଦାମୀ ଗାଡ଼ି ବିକ୍ରି କରିବାକୁ ଘୋଷଣା କରିଛନ୍ତି ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଧାବିକା ଦତୀ ଚାନ୍ଦ।
ନିଜ ଫେସ୍ବୁକ୍ କାନ୍ଥରେ ସେ ଗାଡ଼ିର ଫଟୋ ଛାଡ଼ିବା ସହ କ୍ରେତାଙ୍କୁ ଆହ୍ବାନ କରିଛନ୍ତି। ଫେସବୁକରେ ଦୂତୀ ଲେଖିଛନ୍ତି- ”ମୋ bmw car ବିକିବାକୁ ଚାହୁଁଛି। ଯଦି କିଏ କିଣିବାକୁ ଚାହୁଁଛନ୍ତି ମୋତେ କହିବେ। Massager ରେ sms karibe.”
କାର୍ ବିକ୍ରି ବାବଦରେ ଦୂତୀ ଗଣମାଧ୍ୟମକୁ କହିଛନ୍ତି ଯେ ବର୍ତ୍ତମାନ କରୋନା କଟକଣା ସମୟରେ ତାଙ୍କ ଲାଗି ର୍ଥ ଖର୍ଚ୍ଚ କରିବାକୁ ପ୍ରଯୋଜକ ରାଜି ହେଉନାହାନ୍ତି। ତାଙ୍କର ପ୍ରଶିକ୍ଷଣ ଓ ଖାଦ୍ୟ (ଡାଏଟ୍) ଖର୍ଚ୍ଚ ତୁଲାିବା ପାଇଁ ଅଧିକ ଅର୍ଥର ଆବଶ୍ୟକତା ଥିବାରୁ ସେ ଗାଡ଼ି ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅଲିମ୍ପିକ୍ ପ୍ରସ୍ତୁତି ନିମନ୍ତେ ତାଙ୍କର ପ୍ରଚୁର ଅର୍ଥ ଆବଶ୍ୟକ ବୋଲି ଦୂତୀ କହିଛନ୍ତି।
୨୦୧୫ ମଡେଳ ବିଏମ୍ଡବ୍ଲୁ କାର୍ଟି ଦୂତୀ ୨୦୧୮ ମସିହାରେ ତେଲେଙ୍ଗାନାରେ କିଣିିଥିଲେ। ସେତେବେଳେ ଏଥିପାଇଁ ସେ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। ଏବେ ଦୁଇ ବର୍ଷ ପରେ ସେ ଏହାକୁ ୨୦ ଲକ୍ଷ ଟଙ୍କାରେ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି। ତାଙ୍କର ଚଳିବା ପାଇଁ ଆଉ ଗୋଟିଏ ଫର୍ଡ ଇକୋସ୍ପୋର୍ଟ କାର୍ ରହିଛି।