ପାଣି ସୁଅରେ ଭାସିଗଲା ନାବାଳିକା

ବରଗଡ଼: ବରଗଡ଼ ଜିଲ୍ଲା ଦନ୍ତାନଦୀର ବନ୍ୟା ପାଣି ଦେଖିବାକୁ ଯାଇଥିବା ଜଣେ ୫ ବର୍ଷର ବାଳିକା ପାଣି ସୁଅରେ ଭାସିଯାଇଛି । ଗତକାଲି ସନ୍ଧ୍ୟା ସାଢେ଼ ୫ଟାରେ ଏହି ଘଟଣା ଘଟିଛି । ଭାସିଯାଇଥିବା ବାଳିକା ଜଣକ ବରଗଡ଼ ସରଲା ଗାଁର ବି ହଂସିନୀ ବୋଲି ଜଣାପଡ଼ିଛି। ହଂସିନୀର ପିତାଙ୍କ ଗୋଡ଼ ଭାଙ୍ଗି ଯାଇଥିବାରୁ ସେ ଏବେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।
ପିତାଙ୍କ ଜଣେ ସହଯୋଗୀଙ୍କ ସହ ହସିଂନୀ ବଢ଼ିପାଣି ଦେଖିବାକୁ ଯାଇଥିବା ବେଳେ ତା’ର ଚପଲ ଖସି ଯାଇଥିଲା। ପାଣି ସୁଅରେ ଚପଲ ଭାସୁଥିବାରୁ ହଂସିନୀ ତାକୁ ଧରିବାକୁ ଉଦ୍ୟମ କରୁଥିଲେ। କିନ୍ତୁ ନିଜେ ପାଣି ସୁଅରେ ଭାସି ଯାଇଥିଲେ। ସ୍ଥାନୀୟ ଗ୍ରାମବାସୀ ଓ ଅଗ୍ନିଶମ କର୍ମଚାରୀ ଖୋଜାଖୋଜି କରିଥିଲେ ହେଁ ତାଙ୍କର ପତ୍ତା ମିଳିନାହିଁ।
Comments are closed.