ଡ୍ରଗ୍ସ ଲିଙ୍କ୍: ଏନ୍ସିବି ଟାର୍ଗେଟରେ ଦୀପିକା ପାଦୁକୋନ

ନୂଆଦିଲ୍ଲୀ: ସୁଶାନ୍ତ ସିଂଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍ ଘଟଣା ସାମ୍ନାକୁ ଆସିବା ପରେ ବଲିଉଡ଼ରେ ଜଣଙ୍କ ପରେ ଜଣଙ୍କର ଗୁମର ଖୋଲିବାରେ ଲାଗିଛି। ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ଡ୍ରଗ୍ସ ଲିଙ୍କ୍କୁ ତଦନ୍ତ କରୁଛି ଏନ୍ସିବି। ତଦନ୍ତରେ ବଲିଉଡର ବହୁ ବଡ଼ ବଡ଼ ତାରକାଙ୍କ ନାମ ଥିବା ଜଣାପଡିଛି। ଡ୍ରଗ୍ସ ଲିଙ୍କ୍ ନେଇ ଶ୍ରଦ୍ଧା କପୁର, ରକୁଲ ପ୍ରୀତ ସିଂ ଏବଂ ସାରା ଅଲି ଖାନଙ୍କ ନାଁ ସାମ୍ନାକୁ ଆସିଥିବା ବେଳେ ଏବେ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ନାଁ ଏଥିରେ ଯୋଡ଼ି ହୋଇ ଯାଇଛି।
ଜୟା ସାହାଙ୍କ କମ୍ପାନୀ ମ୍ୟାନେଜର କରିସ୍ମାଙ୍କ ସହ ଦୀପିକା ପାଦୁକୋନଙ୍କ ଡ୍ରଗ୍ ଚାଟ୍ ସାମ୍ନାକୁ ଆସିଛି। ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ତଦନ୍ତ କରୁଥିବା ଏନସିବି ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏନସିବି ହ୍ୱାଟ୍ସଆପ ଚାଟ୍ ସଂଗ୍ରହ କରିଛି ଯେଉଁଥିରେ ଦୀପିକା ପାଦୁକୋନ୍ ଏବଂ କରିସ୍ମା ଡ୍ରଗ୍ସ ବିଷୟରେ କଥା ହେଉଛନ୍ତି। ଦୀପିକା ଏଥିରେ କରିସ୍ମାଙ୍କୁ ପଚାରୁଛନ୍ତି, ‘ତୁମ ପାଖରେ ମାଲ୍ ଅଛି କି ?’ ଏହାର ଉତ୍ତରରେ କରିସ୍ମା କୁହନ୍ତି- ‘ହଁ … କିନ୍ତୁ ଘରେ ମାଲ ଅଛି। ଆଉ ମୁଁ ବାନ୍ଦ୍ରା ରେ ଅଛି …‘
ଏହି ଚାଟ୍ରେ କରିସ୍ମା ଜଣେ ଅମିତଙ୍କ ନାମ ନେଇ କହିଛନ୍ତି ଯେ ମୁଁ ଅମିତକୁ ପଠାଇ ପାରିବି ତୁମ ପାଖକୁ। ଏହା ପରେ ଦୀପିକା କୁହନ୍ତି- ‘ହଁ, ଦୟାକରି ଜଲଦି ପଠାଅ।’ କିଛି ସମୟ ପରେ କରିସ୍ମା କୁହନ୍ତି, ‘ଅମିତ ତୁମ ପାଖକୁ ମାଲ ନେଇ ଯାଇଛି।’ ଏହା ଉପରେ ଦୀପିକା ପଚାରନ୍ତି – ‘ହାସ୍ ଅଛି କି ? କିନ୍ତୁ କରିସ୍ମା ହାସ୍ ନାହିଁ ଗଞ୍ଜେଇ ଅଛି ବୋଲି କହିଛନ୍ତି।
ବଲିଉଡର ଡ୍ରଗ୍ସ ଲିଙ୍କ୍ ନେଇ ଏନସିବି ଆଜି ଦିନ ଜୟା ସାହା, ତାଙ୍କ କମ୍ପାନୀର ମ୍ୟାନେଜର କରିସ୍ମା ଏବଂ ସୁଶାନ୍ତଙ୍କ ମ୍ୟାନେଜର ଶ୍ରୁତି ମୋଦୀଙ୍କୁ ପଚରାଉଚରା ପାଇଁ ସମନ ପଠାଇଛି। କରିସ୍ମାଙ୍କ ସହ ଚାଟ୍କୁ ଆଧାର କରି ଏନ୍ସିବି ଖୁବ୍ ଶୀଘ୍ର ଦୀପିକା ପାଦୁକୋନଙ୍କୁ ସମନ ଜାରି କରିପାରେ।
Comments are closed.