ଆଜିଠାରୁ ଓଟିଇଟି ପରୀକ୍ଷା ପାଇଁ ଅନଲାଇନ୍ ଆବେଦନ

ଭୁବନେଶ୍ୱର : ଓଡ଼ିଶା ଟିଚର୍ସ ଏଲିଜିବିଲିଟି ଟେଷ୍ଟ(ଓଟିଇଟି) ପାଇଁ ଆଜିଠାରୁ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ। ଆଶାୟୀ ପ୍ରାର୍ଥୀମାନେ ୨୬ ତାରିଖ ପର୍ଯ୍ୟନ୍ତ ଅନଲାଇନ୍ରେ ଆବେଦନ କରିପାରିବେ। ତେବେ ଅନଲାଇନ୍ ପେମେଣ୍ଟ ପାଇଁ ଶେଷ ତାରିଖ ୨୯ ତାରିଖ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି।
ପେପର-୧, ପେପର-୨ ପାଇଁ ଅଲଗା ଅଲଗା ଫି ରଖାଯାଇଛି। ୨୦୧୮ (ଓଟିଇଟି) ପାଇଁ ଆବେଦନ କରିଥିବା ପରୀକ୍ଷାର୍ଥୀ ମଧ୍ୟ ସାନି ଆବେଦନ କରିପାରିବେ। ସାନି ଆବେଦନ ପାଇଁ ପରୀକ୍ଷାର୍ଥୀଙ୍କୁ ଆପଉ ଫି ଦେବାକୁ ପଡ଼ିବ ନାହିଁ। ଅଗଷ୍ଟ ପ୍ରଥମ ସପ୍ତାହରେ (ଓଟିଇଟି) ପରୀକ୍ଷା ହେବ। ଜାନୁଆରୀ ୧୬ରେ ପ୍ରଶ୍ନପତ୍ର ଲିକ୍ ପାଇଁ (ଓଟିଇଟି) ପରୀକ୍ଷା ବାତିଲ ହୋଇଥିଲା