ଆଜିଠାରୁ ଖୋଲିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ

ଭୁବନେଶ୍ୱର: ଦୀର୍ଘ ସାତ ମାସ ପରେ ଆଜିଠୁ ଖୋଲିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ। କରୋନା ମହାମାରୀ ପାଇଁ ଗତ ମାର୍ଚ୍ଚ ୧୫ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ନନ୍ଦନକାନନକୁ ବନ୍ଦ କରାଯାଇଥିଲା। ତେବେ ଏବେ ପ୍ରାଣୀ ଉଦ୍ୟାନରେ ପ୍ରବେଶ ପାଇଁ ଅନେକ କଟକଣା ରଖାଯାଇଛି। ପର୍ଯ୍ୟଟକଙ୍କ ପାଇଁ ପାଇଁ ମାସ୍କ ବାଧ୍ୟତାମୂଳକ ହୋଇଥିବାବେଳେ ସାମାଜିକ ଦୂରତାରୁ ଗୁରୁତ୍ୱ ଦିଆଯାଇଛି। ଟିକେଟ କାଉଣ୍ଟରରେ ପ୍ରତି ଦୁଇ ଫୁଟ ଦୂରତାରେ ଗୋଲେଇ ଟ୍ରାକ କରାଯାଇଛି।
ଏହା ସହିତ ଦୈନିକ ୧୫୦୦ ପ୍ରଯ୍ୟଟକ ଉଦ୍ୟାନ ବୁଲିବାକୁ ଅନୁମତି ମିଳିବ। ନନ୍ଦନକାନନ ମଧ୍ୟକୁ ପ୍ରବେଶବେଳେ ସମସ୍ତଙ୍କର ଥର୍ମାଲ ସ୍କ୍ରିନିଙ୍ଗ କରାଯିବ। ଥଣ୍ଡା କିମ୍ବା ଜ୍ୱର ଥିଲେ ଭିତରକୁ ପ୍ରବେଶ କରିବା ପାଇଁ ଅନୁମତି ମିଳିବ ନାହିଁ। ବ୍ୟାରିକେଡ ଠାରୁ ଏକ ଫୁଟ ଦୂରତାରେ ରହି ପର୍ଯ୍ୟଟକ ମାନେ ଜୀବଜନ୍ତୁଙ୍କୁ ଦେଖିପାରିବେ। କଟକଣାକୁ କଡାରଡି ରୁପେ ପାଳନ କରିବାକୁ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି।