ରଥଯାତ୍ରା ପୂର୍ବରୁ ସରିଲା ସେବାୟତଙ୍କ କୋଭିଡ୍ ଟେଷ୍ଟ୍

ଯାଜପୁର: ପୁରୀ ରଥଯାତ୍ରା ଭଳି ଆସନ୍ତା କାଲି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ରଥଯାତ୍ରା ହେବ। ଏଠାରେ ମଧ୍ୟ ବିନା ଭକ୍ତରେ ରଥଯାତ୍ରା ହେବ। ତେବେ ରଥଯାତ୍ରା ପୂର୍ବରୁ କୋଭିଡ୍ ଟେଷ୍ଟିଂ ଶେଷ ହୋଇଛି। ସାମିଲ ହେବାକୁ ଥିବା ସବୁ ସେବାୟତ ଓ ପୋଲିସଙ୍କର କରୋନା ଟେଷ୍ଟିଂ ମଧ୍ୟ ହେଇଛି।
ଏହାକୁ ତିନୋଟି ପର୍ଯ୍ୟାୟରେ ଶେଷ କରିବା ପାଇଁ ଯୋଜନା ନିଆଯାଇଥିଲା। ଏହା ପ୍ରଥମ ପର୍ଯ୍ୟାୟର ଟେଷ୍ଟିଂ। ବିରଜା କଲ୍ୟାଣ ମଣ୍ଡପଠାରେ ଏହି ଟେଷ୍ଟିଂ ହେଉଥିଲା। ପାଖାପାଖି ୨୫୦ ସେବାୟତଙ୍କର ଟେଷ୍ଟିଂ ହୋଇଛି। ଉଲ୍ଲେଖଯୋଗ୍ୟ ଯେ କରୋନା ସଂକ୍ରମଣର ଆଶଙ୍କା ମଧ୍ୟରେ ମା’ଙ୍କର ଏହି ରଥଯାତ୍ରାକୁ ଅନୁମତି ମିଳିଥିବା ବେଳେ ଏହା କେବଳ ସେବାୟତ ଓ ସୁରକ୍ଷାକର୍ମୀଙ୍କ ଉପସ୍ଥିତିରେ ହେବ ବୋଲି କୁହାଯାଇଛି।