କରୋନା: ଭୁବନେଶ୍ୱରରୁ ୨୦୧ ନୂଆ ସଂକ୍ରମିତ ଚିହ୍ନଟ, ୨୯୨ ସୁସ୍ଥ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରୁ ମୋଟ୍ ୨୦୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬୪ ଜଣ ସଙ୍ଗରୋଧ ଓ ୧୫୭ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚିତ କରାଯାଇଛି। ତେବେ ସଂକ୍ରମିତଙ୍କ ଠାରୁ ଅଧିକ ସଂଖ୍ୟକ ରୋଗୀ ଆଜି ସୁସ୍ଥ ହୋଇଛନ୍ତି। ରାଜଧାନୀ ଭୁବନେଶ୍ୱରରୁ ଆଜି ମୋଟ ୨୯୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ପ୍ରକାଶ ଯେ, ରାଜଧାନୀରେ ମୋଟ ୨୮ ହଜାର ୧୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୫ ହଜାର ୩୫୨ ଜଣ ସୁସ୍ଥ ହୋଇଛନ୍ତି। ଏବଂ ରାଜଧାନୀରେ ମୋଟ ୨ ହଜାର ୫୯୧ଟି ମାମଲା ସକ୍ରିୟ ରହିଛି। ଯେଉଁମାନେ ହସ୍ପିଟାଲ ଓ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଛନ୍ତି।
Comments are closed.