ନବୀନଙ୍କ ପରେ ପ୍ରମିଳା ମାଉସୀଙ୍କ ଭିଡ଼ିଓ ଭାଇରାଲ, ଦେଖନ୍ତୁ ଭିଡ଼ିଓ
ଭୁବନେଶ୍ବର: ଚର୍ଚ୍ଚାରେ ଆସିକା ସାଂସଦ ପ୍ରମିଳା ବିଶୋଇ। ନିଜର ନିଆରା କାର୍ଯ୍ୟଶୈଳୀ ଓ ଗୀତ ପାଇଁ ସଦାବେଳେ ଚର୍ଚ୍ଚାରେ ଥାଆନ୍ତି ପ୍ରମିଳା। ଏଥର କିନ୍ତୁ କିଛି ଭିନ୍ନ ଦେଖିବାକୁ ମିଳିଛି। ତାଙ୍କର ଏକ ଫିଟନେସ୍ ଭିଡ଼ିଓ ସୋଶିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏକ ଭିଡ଼ିଓରେ ପ୍ରମିଳା ମାଉସୀ ରନିଙ୍ଗ ମେସିନରେ ଦୈାଡ଼ୁଥିବାର ଦେଖିବାକୁ ମଳିଛି। ନବୀନଙ୍କ ଫିଟନେସ୍ ଭିଡ଼ିଓ ପରେ ଏହି ଭିଡ଼ିଓ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏକ ଜିମ୍ ସେଣ୍ଟରର ଉଦଘାଟନ ଅବସରରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି।
ସୂଚନାଥାଉକି, ପାଟକୁରା ନିର୍ବାଚନ ଫଳାଫଳ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ଫିଟନେସ୍ ଭିଡ଼ିଓ ସୋଶିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହୋଇଥିଲା।
Comments are closed.