Odisha Link
Bridging the Missing Links in Odisha

ମାଲକାନଗିରିରେ ବନ୍ୟା ସ୍ଥିତି

ମାଲକାନଗିରି: ମାଲକାନଗିରିରେ ଗତ ୩ ଦିନ ଧରି ଲଗାଣ ବର୍ଷା ଲାଗି ରହିଛି। ଯାହା ଫଳରେ ଜିଲ୍ଲାରେ ସ୍ଥିତି ପୁରା ବେହାଲ୍‌। ପ୍ରବଳ ବର୍ଷା ଲାଗି ରହିଥିବାରୁ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଜିଲ୍ଲାର ପୋଟେରୁ, କାଙ୍କୋରକୋଣ୍ଡା, କନ୍ୟାଶ୍ରମ, ଏମ୍‌ଭି ୯୦, କୋରକୁଣ୍ଡା ଭଳି ସ୍ଥାନରେ ଥିବା ପୋଲ ଉପରେ ବର୍ଷା ଜଳ ପ୍ରବାହିତ ହେଉଛି। ତେଣୁ ମାଲକାନଗିରି- କାଲିମେଳା, କାଲିମେଳା-ପଡ଼ିଆ, କାଲିମେଳା-ମୋଟୁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ପୋଲ ଉପରେ ପାଣି ଚାଲୁ ଥିବାରୁ ଉଭୟ ପଟେ ଗାଡ଼ି ମୋଟର ଅଟକି ରହିଛି।

Comments are closed.