ଛାତ୍ରଛାତ୍ରୀଙ୍କୁ ଶ୍ରେଣୀଗୃହ ପ୍ରତି ଆକୃଷ୍ଟ କରିବାର ଆବଶ୍ୟକତା ରହିଛି: ଅରୁଣ ସାହୁ

ଭୁବନେଶ୍ବର: ମହାବିଦ୍ୟାଳୟରେ ଖାଲିଥିବା ଅଧ୍ୟା ପକ ପୂରଣ ଦିଗରେ ବେସରକାରୀ ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟର ୨୪୫୮ଟି ଅଧ୍ୟା ପକ ପଦବୀ ପୂରଣ କରାଯାଉଛି। ପ୍ରଥମ ଦଫାରେ ୧୬୨୫ ଜଣ ଅଧ୍ୟା ପକଙ୍କୁ ସର୍ଭିସ ସିଲେକସନ୍ ବୋର୍ଡ ମାଧ୍ୟମରେ ନିଯୁକ୍ତି ଦିଆସରିଲାଣି। ଆବଶିଷ୍ଟ ୮୩୩ ଜଣ ଅଧ୍ୟା ପକ ଚୟନ ପ୍ରକ୍ରିୟା ଚାଲୁରହିଛି ଏବଂ ସେେ ପଫଞ୍ଚର ମାସ ସୁଦ୍ଧା ନିଯୁକ୍ତି ପ୍ରକ୍ରିୟା ସଂପୂର୍ଣ୍ଣ ହେବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି।
ଆଜି ପୂର୍ବାହ୍ନରେ ଭୁବନେଶ୍ୱରଠାରେ ଆୟୋଜିତ ବେସରକାରୀ ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷମାନଙ୍କ ସମ୍ମିଳନୀରେ ଯୋଗଦେଇ ମନ୍ତ୍ରୀ ଡ. ସାହୁ କହିଲେ ଯେ ଉଚ୍ଚଶିକ୍ଷା କ୍ଷେତ୍ରରେ ଓଡ଼ିଶାକୁ ଭାରତବର୍ଷର ଏକ ଅଗ୍ରଣୀ ରାଜ୍ୟରେ ପରିଣତ କରିବା ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକଗୁଡ଼ିଏ ପଦକ୍ଷେ ପ ନିଆଯାଉଛି। ଉଚ୍ଚଶିକ୍ଷା କ୍ଷେତ୍ରରେ ଅଧିକ ସଫଳତା ରାଜ୍ୟ ସରକାରଙ୍କ ଲକ୍ଷ୍ୟ। ଶତ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ଶ୍ରେଣୀଗୃହ ପ୍ରତି ଆକୃଷ୍ଟ କରିବାର ଆବଶ୍ୟକତା ରହିଛି। ଛାତ୍ରଛାତ୍ରୀମାନଙ୍କର ଉ ପସ୍ଥାନ ଅନୁ୍ୟନ ୭୫ ପ୍ରତିଶତକୁ କଡ଼ାକଡ଼ି ଭାବରେ ଲାଗୁ କରାଯିବ। ଏ ଦିଗରେ ଉଭୟ ଅଧ୍ୟାପକ ଏବଂ ଅଭିଭାବକମାନଙ୍କ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ରହିଛି।
ଅଧ୍ୟାପନା ବୃତ୍ତିରେ ଥିବାରୁ ଅଧ୍ୟାପକମାନେ ଛାତ୍ରଛାତ୍ରୀ ତଥା ସମାଜ ଉପରେ ସକାରାତ୍ମକ ପ୍ରଭାବ ବିସ୍ତାର କରିବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ୫‘ଟି’ ମନ୍ତ୍ରୀ ଟିମ୍ଓ୍ୱାର୍କ, ଟେକ୍ନୋଲୋଜି, ଟ୍ରାନ୍ସ ପାରେନ୍ସି, ଟାଇମ୍ ଓ ଟ୍ରାନ୍ସଫରମେସନ୍ ଆକାରରେ ଉଚ୍ଚଶିକ୍ଷା ବିଭାଗକୁ ଅଧିକ ଚଳଚଞ୍ଚଳ ରିବା ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ସେମାନଙ୍କର ନିଷ୍ଠା ଓ ଆନ୍ତରିକତା ଉଚ୍ଚଶିକ୍ଷା ବିଭାଗକୁ ଉଚ୍ଚତମ ସୋପାନକୁ ନିଆଯାିପାରିବ ବୋଲି ମନ୍ତ୍ରୀ ଡ. ସାହୁ ଆଶା ପ୍ରକାଶ କରିଥିଲେ। ବୈଠକ ପ୍ରାରମ୍ଭରେ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶାଶ୍ୱତ ମିଶ୍ର ବୈଠକର ଆଭିମୁଖ୍ୟ ସଂପର୍କରେ ସୂଚନା ସେବା ସହ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ମଡ଼େଲ୍ ସିଲାବସ୍ ପ୍ରସ୍ତୁତ କରାଯାଉଛି ବୋଲି କହିଥିଲେ।
ବୈଠକରେ ମହାବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମିକୁ ନେଇ ରାଜ୍ୟ ବଜେଟ୍, ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ (ରୁସା) ଓ ବିଶ୍ୱବ୍ୟାଙ୍କ ଯୋଜନାଗୁଡ଼ିକରୁ ମିଳିଥିବା ଅର୍ଥ ଏବଂ ଏହାର ବିନିଯୋଗ ବାବଦରେ ଆଲୋଚନା ହୋଇଥିଲା। ମହାବିଦ୍ୟାଳୟଗୁଡ଼ିକରେ କଲେଜ ଆକାଉଣ୍ଟସ୍ ପ୍ରୋସିଜିଓର ଅଟୋମେସନ୍(କା ପା), ସ୍ପୋକେନ୍ ଟୁ୍ୟଟୋରିୟାଲ୍, ଭର୍ଚୁଆଲ୍ ବା ସ୍ମାର୍ଟ କ୍ଲାସରୁମ୍ କାର୍ଯ୍ୟକାରିତା ସଂପର୍କରେ ଆଲାଚନା ସହିତ ସେମିଷ୍ଟର ପ୍ରଥା, ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି ଆଦି ବିଷୟରେ ସବିଶେଷ ଆଲୋଚନା ହୋଇଥିଲା। ନାକ୍ ଅନୁମୋଦନ ଏବଂ ସ୍ୱୟଂଶାସିତ ମାନ୍ୟତା ବାବଦରେ ମଧ୍ୟ ଆଲୋଚନା ହୋଇଥିଲା। ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ(ବିଶ୍ୱବ୍ୟାଙ୍କ) ଶ୍ରୀ ବି. ପରମେଶ୍ୱରନ୍, ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ଶ୍ରୀ ନିରଞ୍ଜନ ସାହୁ, ଅତିରିକ୍ତ ଶାସନ ସଚିବ ରାଜଶ୍ରୀ ମହାନ୍ତି ପ୍ରମୁଖ ଉ ପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଆଜି ଏହି ରାଜ୍ୟସ୍ତରୀୟ ସମ୍ମିଳନୀରେ ରାଜ୍ୟର ୭୫ଟି ମହାବିଦ୍ୟାଳୟର ଅଧ୍ୟକ୍ଷ ଅଧ୍ୟକ୍ଷାମାନେ ଯୋଗଦେଇଥିଲେ।