Odisha Link
Bridging the Missing Links in Odisha

ଯବାନଙ୍କ ଉନ୍ମତ୍ତକାଣ୍ଡ: ସ୍ତ୍ରୀକୁ ମାରି ଥାନାରେ ହେଲେ ସରେଣ୍ଡର

ଢେଙ୍କାନାଳ: ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଆର୍ମି ଯବାନଙ୍କ ଉନ୍ମତ୍ତକାଣ୍ଡ। ଛୁଟିରେ ଆସି ଶ୍ବଶୁର ଘରେ ପଶି ସ୍ତ୍ରୀକୁ ବାଡେଇ ବାଡେଇ ହତ୍ୟା। ଫ୍ୟାନ ରଡ଼ରେ ପତ୍ନୀକୁ ପିଟି ପଟି ନିର୍ମମ ଭାବେ ହତ୍ୟା କରିଛି ସ୍ବାମୀ ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି।ଏଥିସହ ଶ୍ୱଶୁରଙ୍କୁ ମଧ୍ୟ ନିସ୍ତୁକ ମାଡ଼ ମାରି କାନ ଫଟାଇଲେ ଯବାନ।

ସୂଚନା ମୁତାବକ, ଢେଙ୍କାନାଳ ସହରର ବାଜିଚୌକରେ ଘଟିଛି ଏହି ଜଘନ୍ୟ ହତ୍ୟାକାଣ୍ଡ। ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ନେଇ ତଦନ୍ତ ଆରମ୍ଭ କରିଛି । ମୃତକ ହେଲେ ୨୮ବର୍ଷର ମମତା ମହାଳିକ। ଅଭିଯୁକ୍ତ ସ୍ବାମୀ ସତ୍ୟବ୍ରତ ମହାଳିକ ଜଣେ ସାମରିକ କର୍ମଚାରୀ ବୋଲି ଜଣାପଡିଛି।

ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ମଙ୍ଗଲପୁର ଗ୍ରାମରେ ସତ୍ୟବ୍ରତଙ୍କ ଘର। ତେବେ ସତ୍ୟବ୍ରତ ସବୁବେଳେ ତାଙ୍କ ପତ୍ନୀର ଚରିତ୍ରକୁ ସନ୍ଦେହ କରି ତାଙ୍କୁ ମାଡ଼ ପିଟ କରନ୍ତି  କହିଛନ୍ତି। ଫଳରେ ମମତା ତାଙ୍କର ଦୁଇ ଶିଶୁ ପୁଅ ସହ ନିଜ ବାପା-ମା’ଙ୍କ ପାଖରେ ଆଶ୍ରୟ ନେଇଥିଲେ। ଏପରିକି ସ୍ବାମୀର ଭୟରେ ଗାଁ ଛାଡି ବାପା-ମା’ଙ୍କ ସହ ଢେଙ୍କାନାଳ ସହରର ବାଜିଚୌକ ସ୍ଥିତ ଏକ ଭଡା ଘରେ ରହୁଥିଲେ। ତେବେ ସତ୍ୟବ୍ରତ ଗତ କିଛିଦିନ ହେଲେ ଚାକିରୀରୁ ଗାଁକୁ ଆସିଥିବାବେଳେ ସୁଯୋଗ ଖୋଜୁଥିଲେ।

ସତ୍ୟବ୍ରତ ଆଜି ଭୋର ସମୟରେ ଏହି ଭଡାଘରେ ପଶି ମମତାଙ୍କୁ ଏକ ଫ୍ୟାନ ରଡ଼ରେ ପିଟି ପିଟି ହତ୍ୟା କରିଥିବା ପ୍ରକାଶ କରିଛନ୍ତି ମୃତ ମମତାଙ୍କ ବାପଘର ଲୋକେ। ଏପରିକି ପୂର୍ବରୁ ଆକ୍ରମଣ କରିଥିବା ସମ୍ପର୍କରେ ସଦର ଥାନାରେ ଅଭିଯୋଗ କରାଯାଇଥିଲେ ମଧ୍ୟ ପୋଲିସର ନିଷ୍କ୍ରିୟତା ନେଇ ମମତା ତାଙ୍କ ବାପଘର ଲୋକେ ଜ୍ବାଇଁଠାରୁ ଅସୁରକ୍ଷିତ ହୋଇ ଢେଙ୍କାନାଳ ସହରରେ ଆସି ରହୁଥିଲେ ବୋଲି ପ୍ରକାଶ କରିଛନ୍ତି ମୃତା ମମତାଙ୍କୁ ଭାଇ।

Leave A Reply

Your email address will not be published.