Odisha Link
Bridging the Missing Links in Odisha

ଶିଶୁ ଯୌନ ନିର୍ଯାତନା ମାମଲା: ଡାଡି ନିର୍ଦ୍ଦୋଷରେ ଖଲାସ

ଢେଙ୍କାନାଳ: ପ୍ରକାଶ ପାଇଲା ଢେଙ୍କାନାଳ ଡ୍ରିମ୍ ସେଣ୍ଟର ଶିଶୁ ଯୌନ ନିର୍ଯାତନା ମାମଲା। ନିର୍ଦ୍ଦୋଷରେ ଖଲାସ ହେଲେ ବହୁ ଚର୍ଚ୍ଚିତ ଡାଡି ଓରଫ ଗୁଡ୍ ନ୍ୟୁଜ ଇଣ୍ଡିଆର ଅଧ୍ୟକ୍ଷ ଫୟାଜ ରେହମାନ। ତାଙ୍କ ସହଯୋଗୀ ଉଦିତ୍ ଲିମାଙ୍କୁ ମଧ୍ୟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ପକ୍ସୋ ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ କୋର୍ଟ।

୨୦୧୮ ମସିହା ନଭେମ୍ବର ମାସର ବହୁ ଚର୍ଚ୍ଚିତ ଶିଶୁ ଯୌନ ନିର୍ଯାତନା ଘଟଣାର ରାୟ ପ୍ରକାଶ ପାଇଛି। ଢେଙ୍କାନାଳ ଫାଷ୍ଟ ଟ୍ରାକ ସ୍ୱତନ୍ତ୍ର ପକ୍ସୋ କୋର୍ଟ ଏହି ମାମଲାର ବିଚାର କରି ଘଟଣାର ଅଢେଇ ବର୍ଷ ପରେ ରାୟ ଶୁଣାଇଛନ୍ତି। ରାୟ ମୁତାବକ ଅଭିଯୁକ୍ତ ସଂସ୍ଥାର ଅଧ୍ୟକ୍ଷ ଫୟାଜ ରେହମାନ ଓରଫ ଡାଡି ଓ ସହଯୋଗୀ ନିର୍ଦ୍ଦେଶକ ଉଦିତ ଲିମାଙ୍କୁ ସାକ୍ଷ୍ୟ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

ସୂଚନାଥାଉକି, ଗୁଡ଼ ନ୍ୟୁଜ ଇଣ୍ଡିଆ ନାମକ ଏକ ମିଶନାରୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବେଲଟିକିରି ଗ୍ରାମ ନିକଟରେ ଢେଙ୍କାନାଳ ଡ୍ରିମ୍ ସେଣ୍ଟର ନାମରେ ଏକ ଚାଇଲ୍ଡ ଓପନ ସେଲଟରରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଗରିବ ଓ ଅସହାୟ ୯୬ଜଣ ଶିଶୁଙ୍କୁ ଶିକ୍ଷା ଦାନ ଆଳରେ ରଖାଯାଇଥିଲା । ମାତ୍ର ଏହି ଡ୍ରିମ୍ ସେଣ୍ଟରରେ ନାବାଳିକାମାନଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ଅଭିଯୋଗକୁ ନେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ ସଦର ଥାନାରେ ମାମଲା ରୁଜୁ କରାଯାଇଥିଲା ।

Leave A Reply

Your email address will not be published.