Odisha Link
Bridging the Missing Links in Odisha

ନିଲମ୍ବିତ ହେଲେ ୪ ପୁଲିସ୍ ଅଧିକାରୀ

କଳାହାଣ୍ଡି: ନିଲମ୍ବିତ ହେଲେ ୪ ପୋଲିସ୍‌ କର୍ମଚାରୀ। କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନାର ୪ ଜଣ ପୋଲିସ୍‌ଙ୍କୁ ନିଲମ୍ବନ କରାଯାଇଛି। ଏକ ଜମିଜମା ବିବାଦ ଓ ଅନିୟମିତତା ପାଇଁ ଏହି ୪ ପୋଲିସ୍‌ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ନିଲମ୍ବତ ହୋଇଥିବା ୪ ପୋଲିସ୍‌ କର୍ମଚାରୀ ହେଲେ ଏଏସଆଇ ସନ୍ତୋଷ ସାହୁ, ୨ କନଷ୍ଟେବଲ ତଥା ସୂର୍ଯ୍ୟ ମିଶ୍ର ଓ ହେମନ୍ତ ବାଗ୍ ଥିବା ସୂଚନା ମିଳିଛି। ଏହା ସହ ଥାନାରେ କାର୍ଯ୍ୟରତ ଥିବା ଓଏପିଏଫ୍ ଯବାନ ଦେବରାଜ ନାୟକ ମଧ୍ୟ ସସପେଣ୍ଡ ହୋଇଛନ୍ତି।

ସୂଚନା ମୁତାବକ, ଜୟପାଟଣା ଥାନା ଅନ୍ତର୍ଗତ କପୁରମାଲ ଗାଁର ଘାସିରାମ ମାଝୀଙ୍କ ଏକ ଜମିଜମା କେସ୍‌ରେ ପୋଲିସ୍‌ ଲାଞ୍ଚ ମାଗିଥିବା ନେଇ ‘ମୋ ସରକାର’ ଫୋନ୍‌କଲ୍‌ରେ ଘାସିରାମ ଜଣାଇଥିଲେ। ଘଟଣାକୁ ନେଇ ‘ମୋ ସରକାର’ 5T ପକ୍ଷରୁ ତଦନ୍ତ କରାଯାଇ ଏହି ୪ ପୋଲିସ୍‌ କର୍ମଚାରୀଙ୍କୁ ସରକାର ସସ୍‌ପେଣ୍ଡ୍‌ କରିଛନ୍ତି।

Leave A Reply

Your email address will not be published.