Odisha Link
Bridging the Missing Links in Odisha

ଜାତିସଂଘ ନିରାପତ୍ତା ପରିଷଦରେ ଅଧ୍ୟକ୍ଷତା କରିବେ ମୋଦି

ନୂଆଦିଲ୍ଲୀ: ଭାରତ ଜାତିସଂଘ ନିରାପତ୍ତା ପରିଷଦ(ୟୁଏନଏସସି)ର ନେତୃତ୍ବ ନେବା ପରେ ଆଜି ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରିବେ। ଆଜି ୟୁଏନଏସସିରେ ‘ସାମୁଦ୍ରିକ ସୁରକ୍ଷା ବୃଦ୍ଧି ଲାଗି ଅନ୍ତର୍ଜାତୀୟ ସହଯୋଗ ସଂପର୍କିତ ବିଷୟ ଉପରେ ଏକ ଉଚ୍ଚସ୍ତରୀୟ ଭର୍ଚୁଆଲ୍ ଖୋଲା ବିତର୍କର ଅଧ୍ୟକ୍ଷତା କରିବେ ମୋଦି। ଏହି ବୈଠକରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ର ସଦସ୍ୟ ଥିବା ବିଭିନ୍ନ ରାଷ୍ଟ୍ରର ମୁଖ୍ୟ ଉପସ୍ଥିତ ରହିବେ।

ଆଜି ସନ୍ଧ୍ୟା ୫.୩୦ରେ ହେବାକୁ ଥିବା ଏହି ବିତର୍କରେ ଅନ୍ତର୍ଜାତୀୟ ସାମୁଦ୍ରିକ ଅପରାଧ ଏବଂ ନିରାପତ୍ତା ପ୍ରତି ଦେଖାଯାଉଥିବା ବିପଦକୁ ପ୍ରଭାବଶାଳୀ ଭାବରେ ମୁକାବିଲା କରିବାର ଉପାୟ ଏବଂ ସାମୁଦ୍ରିକ ପରିସରରେ ସମନ୍ୱୟକୁ ଦୃଢ଼ କରିବା ଉପରେ ବିତର୍କ କରାଯିବ। ସାମୁଦ୍ରିକ ସୁରକ୍ଷା ଏବଂ ସାମୁଦ୍ରିକ ଅପରାଧର ବିଭିନ୍ନ ଦିଗ ଉପରେ ୟୁଏନଏସସିରେ ପୂର୍ବରୁ ଅନେକ ଆଲୋଚନା ହୋଇଛି। କିନ୍ତୁ, ପ୍ରଥମ ଥର ଲାଗି ସାମୁଦ୍ରିକ ସୁରକ୍ଷାକୁ ଉଚ୍ଚସ୍ତରୀୟ ଖୋଲା ବିତର୍କରେ ଏକ ସ୍ୱତନ୍ତ୍ର ଏଜେଣ୍ଡା ଭାବରେ ଗ୍ରହଣ କରାଯାଇଛି।

ସାମୁଦ୍ରିକ ସୁରକ୍ଷା କ୍ଷେତ୍ରରେ ଏକୁଟିଆ କୌଣସି ଦେଶ ସମର୍ଥ ହେବା ସମ୍ଭବ ନଥିବାରୁ ଅନ୍ତର୍ଜାତୀୟ ସହଯୋଗ ଉପରେ ଗୁରୁତ୍ୱ ଦିଆଯାଉଛି। ତେଣୁ ଏହି ଆଲୋଚନା ଦ୍ୱାରା ଦେଶ ଦେଶ ମଧ୍ୟରେ ସହଯୋଗ ବଢ଼ିବ ବୋଲି ଆଶା କରାଯାଉଛି। ଜାତିସଂଘ ନିରାପତ୍ତା ପରିଷଦ(ୟୁଏନଏସସି)ରେ ଏପରି ଏକ ଗୁରୁତ୍ବପୂର୍ଣ୍ଣ ଆଲୋଚନାରେ ଅଧ୍ୟକ୍ଷତା କରିବାରେ ମୋଦି ହେଉଛନ୍ତି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ।

Leave A Reply

Your email address will not be published.