Odisha Link
Bridging the Missing Links in Odisha

ଅଲିମ୍ପିକ୍ସରେ ସାମିଲ ହେବ କ୍ରିକେଟ!

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ୨୦୨୦ ଶେଷ ହୋଇଯାଇଛି। ଏହାମଧ୍ୟରେ କ୍ରିକେଟ ପ୍ରଶଂସକଙ୍କ ପାଇଁ ଆସିଛି ଏକ ବଡ ଖୁସି ଖବର। ଅଲିମ୍ପିକ୍ସରେ ସାମିଲ ହୋଇପାରେ କ୍ରିକେଟ। ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ୍ ବା ଆଇସିସି ୨୦୨୮ରେ ଲସ୍ ଆଞ୍ଜେଲସରେ ହେବାକୁ ଥିବା ଅଲିମ୍ପିକରେ କ୍ରିକେଟରୁ ସାମିଲ କରିବା ନେଇ ପ୍ରକ୍ରିୟା ଆରମ୍ଭ କରିଛି।

ଆଇସିସି ଦ୍ୱାରା ଜାରି ବୟାନରେ କୁହାଯାଇଛି ଯେ, ଏକ ଓ୍ୱାର୍କିଂ ଗ୍ରୁପ୍ ଗଠନ କରାଯାଇଛି। ଏହି ଗ୍ରୁପ୍ ଅଲିମ୍ପିକରେ କ୍ରିକେଟକୁ ସାମିଲ କରିବା ନେଇ ଯୋଜନା ପ୍ରସ୍ତୁତ କରିବା ସହ ଏଦିଗରେ କାମ ମଧ୍ୟ କରି । ୨୦୨୮,୨୦୩୨ରେ ହେବାକୁ ଥ୍ବି ଅଲିମ୍ପିକରେ କ୍ରିକେଟ ସାମିଲ ହୋଇପାରେ।

ଆଇସିସି ସ୍ପଷ୍ଟ କରିଛି ଯେ, ସଂଘ ୨୦୨୮ରେ ଲସ ଏଞ୍ଜେଲ୍ସ ଅଲିମ୍ପିକ୍ସ ଖେଳରେ କ୍ରିକେଟକୁ ସାମିଲ କରାଇବା ପାଇଁ ବିଡ୍ ଲଗାଇବ। ଆଇସିସି ଗତ କିଛି ସମୟରୁ କ୍ରମାଗତ କ୍ରିକେଟକୁ ଅଲିମ୍ପିକ୍ସରେ ସାମିଲ କରାଇବା ଦିଗରେ କାମ କରୁଛି ଏବଂ ବିସିସିଆଇ ସମର୍ଥନ କରିଛି। ଆଇସିସି ଏକ ଅଲିମ୍ପିକ୍ସ କାର୍ଯ୍ୟକାରୀ ଗ୍ରୁପ ଗଠନ କରିଛି। ଏହି ଗ୍ରୁପ ୨୦୨୮ ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରାଇବା ଉପରେ କାମ କରିବ। ବୋର୍ଡ ସଂପାଦକ ଜୟ ଶାହା ନିକଟରେ କହିଥିଲେ ଯେ, ଯଦି କ୍ରିକେଟକୁ ଅଲିମ୍ପିକ୍ସରେ ସାମିଲ କରାଯାଏ ତେବେ ବିସିସିଆଇ ପୂର୍ଣ୍ଣ ସମର୍ଥନ ଦେବ।

ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ୧୯୦୦ ମସିହାରେ ଥରେ ହିଁ ଅଲିମ୍ପିକରେ କ୍ରିକେଟକୁ ସାମିଲ କରାଯାଇଥିଲା। ଏଥିରେ ଦୁଇଟି ଟିମ୍ ଭାଗ ନେଇଥିଲେ।

Leave A Reply

Your email address will not be published.