Odisha Link
Bridging the Missing Links in Odisha

ଓଡ଼ିଶା ଫେରିଲେ ଓଡ଼ିଆ ହକି ଷ୍ଟାର, ଆଜି ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶା ଫେରିଛନ୍ତି ଅଲିମ୍ପିକ୍ସ ପଦକ ବିଜେତା ଭାରତୀୟ ହକି ଟିମର ୪ ଓଡ଼ିଆ ଖେଳାଳି। ପୁରୁଷ ଟିମର ଅମିତ ରୋହି ଦାସ , ବିରେନ୍ଦ୍ର ଲାକ୍ରା, ମହିଳା ଟିମ୍ ର ଦୀପ୍ ଗ୍ରେସ୍ ଏକ୍କା ଏବଂ ନମିତା ଟପ୍ପୋ ପହଞ୍ଚିଛନ୍ତି। ସମସ୍ତ ୪ ହକି ତାରକାଙ୍କୁ କଳିଙ୍ଗ ଷ୍ଟାଡିଅମରେ ଆଜି ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ସମ୍ବର୍ଦ୍ଧନା କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ସମ୍ବର୍ଦ୍ଧିତ କରିବେ।

ଦିଲ୍ଲୀରୁ ବିମାନ ଯୋଗେ ୪ ଖେଳାଳି ଭୁବନେଶ୍ୱରରେ ପହଂଚିବା ପରେ ରାଜ୍ୟ ସରକାରଙ୍କ ପ୍ରତିନିଧି ଓ ପରିବାରବର୍ଗ ସେମାନଙ୍କୁ ସ୍ୱାଗତ କରିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ପୂର୍ବତନ ହକି ଖେଳାଳି ଦିଲୀପ ତିର୍କୀ ଓ ରାଜ୍ୟ କ୍ରୀଡାମନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

ଆଜି ଦିନ ୧୦ଟାରେ କଳିଙ୍ଗ ଷ୍ଟାଡିୟମରେ ଓଡିଆ ହକି ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିବେ। ସେହିପରି ଆସନ୍ତା ୧୬ ଓ ୧୭ ତାରିଖରେ ଦୁଇ ହକି ଦଳକୁ ସମ୍ବର୍ଦ୍ଧିତ ରାଜ୍ୟ ସରକାର କରିବା କାର୍ଯ୍ୟକ୍ରମ ରହିଛି।

ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ପାଇବାରେ ଅମିତ ରୋହି ଦାସଙ୍କ ଭୂମିକା ବେଶ୍‌ ଗୁରୁତ୍ତ୍ୱପୂର୍ଣ୍ଣ ଥିଲା। ସେହିଭଳି ବୀରେନ୍ଦ୍ର ଲାକ୍ରା ମଧ୍ୟ ଦଳରେ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

Leave A Reply

Your email address will not be published.