ଦେଶ ଛାଡି ପାରିବେନି ଆଫଗାନ ନାଗରିକ: ଜବିହୁଲ୍ଲା ମୁଜାହିଦ୍

କାବୁଲ: ତାଲିବାନ ଆଫଗାନିସ୍ତାନକୁ ଅକ୍ତିଆର କରିବା ବରେ ଭୟରେ ହଜାର ହଜାର ଆଫଗାନ ନାଗରିକ ଦେଶ ଛାଡି ବିଦେଶ ଚାଲିଯିବାକୁ ବିମାନବନ୍ଦର ମୁହାଁ ହେଉଛନ୍ତି। ଏହାରି ମଧ୍ୟରେ କଡା ଆଭିମୁଖ୍ୟ ଗ୍ରହଣ କରିଛି ତାଲିବାନ। କାବୁଲକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ କରିଛି ଏହି ମୌଳବାଦୀ ସଂଗଠନ। କେବଳ ବିଦେଶୀ ନାଗରିକ ବିମାନବନ୍ଦରକୁ ଯାଇପାରିବେ ବୋଲି କହିଛନ୍ତି ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ୍।
କୌଣସି ଆଫଗାନୀ ନାଗରିକ କାବୁଲ ବିମାନବନ୍ଦରକୁ ଯାଇପାରିବେ ନାହିଁ। ବିମାନବନ୍ଦରରେ ବହୁ ସଂଖ୍ୟାରେ ଲୋକ ଭିଡ ହେଉଥିବାରୁ ଦଳା ଚକଟା ଆଶଙ୍କା କରି ଏହି ପଦକ୍ଷେପ ନିଆଯାଇଥିବା ତାଲିବାନ ପକ୍ଷରୁ କୁହାଯାଇଛି। ଅନ୍ୟପଟେ ତାଲିବାନର ଏଭଳି ପଦକ୍ଷେପ ବିଦେଶକୁ ଚାଲିଯିବା ପାଇଁ ଅପେକ୍ଷା କରିଥିବା ହଜାର ହଜାର ଲୋକଙ୍କୁ ହତାଶ କରିଛି।