Odisha Link
Bridging the Missing Links in Odisha

ଆଜି ଶ୍ରୀଜିଉଙ୍କ ରାହୁରେଖା ଲାଗି ନୀତି, ଅପରାହ୍ନ ୨ଟାରୁ ଦର୍ଶନ ମନା

ପୁରୀ: ଆଜି ହେଉଛି ଭାଦ୍ରବ କୃଷ୍ଣ ପକ୍ଷ ପଞ୍ଚମୀ ତିଥି। ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି ସମ୍ପନ୍ନ ହେବ। ଏଣୁ ଅପରାହ୍ନ ୨ଟାରୁ ସର୍ବସାଧାରଣ ବନ୍ଦ ରହିବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା ରହିଛି।

ଅପରାହ୍ନରେ ଦଇତାପତି ସେବକମାନେ ଏହି ସେବା କରିବେ। ଭୋଗମଣ୍ଡପ ନୀତି ଶେଷ ପରେ ରାହୁରେଖା ନୀତି ହେବ। ଶ୍ରୀବିଗ୍ରହଙ୍କ ଶ୍ରୀମୁଖରେ ସ୍ୱର୍ଣ୍ଣ ନିର୍ମିତ ଏକ ବଳୟ(ପଟି)କୁ ରାହୁରେଖା କୁହାଯାଏ। ରାହୁରେଖା ଲାଗିପରେ ଠାକୁରଙ୍କ ମହାସ୍ନାନ ନୀତି ବଢି ପରବର୍ତ୍ତୀ ନୀତି ଆରମ୍ଭ ହେବ।