Odisha Link
Bridging the Missing Links in Odisha

କରୋନା ନେଲା ଆଉ ୭ ଜୀବନ

ଭୁବନେଶ୍ବର: ରାଜ୍ୟରେ ଧିରେ ଧିରେ କମିବାରେ ଲାଗିଛି କରୋନା ସଂକ୍ରମଣ। ଏସବୁ ମଧ୍ୟରେ କୋଭିଡ ମୃତକଙ୍କ ପୁରୁଣା ଡେଥ୍‌ ଅଡିଟି ସରିଛି। ଯାହାରିଫଳରେ ଏବେ ସବୁଦିନ ଯେତିକି ମୃତ୍ୟୁ ହେବ, ତା’ର ଅଡିଟ୍‌ କରି ରିପୋର୍ଟ ପ୍ରଦାନ କରାଯିବ। ଅର୍ଥାତ୍‌ ଏଣିକି କରୋନା ମୃତ୍ୟୁ ନେଇ ସଠିକ୍‌ ରିପୋର୍ଟ ପ୍ରକାଶ ପାଇବ।

ଏସବୁ ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୭ ଜଣ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୦୩୫କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ମୃତକଙ୍କ ମଧ୍ୟରୁ ଗଞ୍ଜାମରୁ ୨ ଜଣ, ବାଲେଶ୍ୱର, କଟକ, ଢେଙ୍କାନାଳ, କେନ୍ଦ୍ରାପଡା ଓ ପୁରୀରୁ ଜଣେ ଲେଖାଏଁ ରହିଛନ୍ତି।