Odisha Link
Bridging the Missing Links in Odisha

DRDO ତଥ୍ୟ ଲିକ୍‌ ମାମଲାର ୪ ଅଭିଯୁକ୍ତକୁ କୋର୍ଟ ଚାଲାଣ

ବାଲେଶ୍ବର: ଚାନ୍ଦିପୁର ITRରୁ ତଥ୍ୟ ଲିକ୍‌ ଘଟଣାରେ ଗିରଫ ହୋଇଥିବା ୪ଜଣଙ୍କ କୋର୍ଟ ଚାଲାଣ କରିଛି ପୁଲିସ। ଗିରଫ ଅଭିଯୁକ୍ତମାନେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ISIକୁ ତଥ୍ୟ ଦେଉଥିବା ଅଭିଯୋଗରେ ମଙ୍ଗଳବାର ସମସ୍ତଙ୍କୁ ଗିରଫ କରିଥିଲା ପୁଲିସ।

ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେ୍ଞ୍ଜ, ITRରୁ ତଥ୍ୟ ଲିକ୍ ନେଇ ସାଂଘାତିକ ଅଭିଯୋଗ ଆସିଥିଲା। ପାକିସ୍ତାନର ଗୁଇନ୍ଦା ସଂସ୍ଥା ISIକୁ ଟଙ୍କା ପାଇଁ ଦେଶର ପ୍ରତିରକ୍ଷା ସମ୍ପର୍କିତ ଗୁପ୍ତ ତଥ୍ୟ ଯୋଗାଉଥିବା ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଥିଲା ପୁଲିସ। ଗିରଫ ୪ ଜଣ ହେଲେ ବାଲେଶ୍ବର ଚାନ୍ଦିପୁର ଅଞ୍ଚଳର ବସନ୍ତ ବେହେରା ଏବଂ ଏସ୍‌.କେ ମୁସାଫିର, ବାଲେଶ୍ବର ସଦର ଥାନା ଅଞ୍ଚଳର ହେମନ୍ତ କୁମାର ମିସ୍ତ୍ରୀ ଏବଂ ତାପସ ରଞ୍ଜନ ନାୟକ।

ଏହି ୪ ଅଭିଯୁକ୍ତ ITRର ୩ ନମ୍ବର ଲଞ୍ଚ ପ୍ୟାଡ୍‌ରେ କାମ କରୁଥିଲେ। ଯେଉଁମାନେ ବିଦେଶୀ ସଂସ୍ଥା ଏବଂ  ପାକିସ୍ତାନୀ ଏଜେଣ୍ଟଙ୍କ ସହ ଫୋନ୍ କଲ ମାଧ୍ୟମରେ ଲିଙ୍କ୍‌ରେ ରହି ତଥ୍ୟ ପ୍ରଘଟ କରିଥିବା ଆଶଙ୍କା କରାଯାଉଛିା ଯାହାର ପକ୍କା ତଥ୍ୟ ପାଇବା ପରେ ତନାଘନା କରି ଏହି ୪ ଜଣଙ୍କୁ ଗିରଫ କରିବା ସହ ସତ ଉଗାଳିବାକୁ ଚେଷ୍ଟା କରୁଛି ପୁଲିସ।

Leave A Reply

Your email address will not be published.