Odisha Link
Bridging the Missing Links in Odisha

ସିଦ୍ଧୁଙ୍କର ପାକିସ୍ତାନ ଲିଙ୍କ୍‌ ରାଷ୍ଟ୍ରୀୟ ସୁରକ୍ଷା ପାଇଁ ବିପଦ: ଅମରିନ୍ଦର ସିଂ

ପଞ୍ଜାବ: ଅମରିନ୍ଦର ସିଂ ଆଜି ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା ପରେ ଅମରିନ୍ଦର ନଭଜୋତ ସିଂ ସିଦ୍ଧୁଙ୍କୁ ଟାାର୍ଗେଟ କରିଛନ୍ତି। ସେ କହିଛନ୍ତି, ପାକିସ୍ତାନ ସହ ସିଦ୍ଧୁଙ୍କ ସମ୍ପର୍କ ରହିଛି ଏବଂ ସେ ରାଷ୍ଟ୍ରୀୟ ସୁରକ୍ଷା ପ୍ରତି ବିପଦ। ଏହି କାରଣ ପାଇଁ ମୁଁ ସିଦ୍ଧୁଙ୍କ ନାମକୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବରେ ବିରୋଧ କରିବି ବୋଲି ଅମରିନ୍ଦର କହିଛନ୍ତି।

ସିଦ୍ଧୁ ଜଣେ ଏମିତି ଲୋକ ଯେ କିଛି କରିବାରେ ସକ୍ଷମ ନୁହନ୍ତି, ସେ ଦଳ ପାଇଁ ନିରାଶା ସୃଷ୍ଟି କରିବେ ବୋଲି ଅମରିନ୍ଦର କହିଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ପାକିସ୍ତାନ ସେନାଧ୍ୟକ୍ଷ କମାର ଜାଭେଦ ବାଜୱାଙ୍କ ସହିତ ତାଙ୍କର ବନ୍ଧୁତା ରହିଥିବାରୁ ରାଷ୍ଟ୍ରୀୟ ସୁରକ୍ଷା ପାଇଁ ସେ ବିପଦ ବୋଲି ଅମରିନ୍ଦର କହିଛନ୍ତି।

ଇସ୍ତଫା ପ୍ରଦାନ ପୂର୍ବରୁ ସୋନିଆ ଗାନ୍ଧୀ ତାଙ୍କୁ କ୍ଷମା ମାଗିଥିଲେ ବୋଲି ଅମରିନ୍ଦର ସିଂ କହିଛନ୍ତି। ଦେଶ ରକ୍ଷା ପାଇଁ ସିଦ୍ଧୁଙ୍କ ମୁଖ୍ୟମନ୍ତ୍ରୀତ୍ୱକୁ ସେ ସର୍ବଦା ବିରୋଧ କରିବେ ବୋଲି ଅମରିନ୍ଦର କହିଛନ୍ତି।

Leave A Reply

Your email address will not be published.