Odisha Link
Bridging the Missing Links in Odisha

ଭିଜିଲାନ୍ସ ଜାଲରେ OCCL ସିନିଅର ମ୍ୟାନେଜର

ସମ୍ବଲପୁର: ଭିଜିଲାନ୍ସ ଜାଲରେ OCCL ସିନିଅର ମ୍ୟାନେଜର। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ନିର୍ମାଣ ନିଗମ ବା OCCL ସିନିଅର ମ୍ୟାନେଜର ରଞ୍ଜନ କୁମାର ଡାଙ୍ଗଙ୍କ ଘରେ ଜଢ଼ାଉ ହୋଇଛି। ଏହି ମାମଲାରେ ସମ୍ବଲପୁର ଚୈତନ୍ୟ ନଗର ବାସଭବନରରେ ଚଢ଼ାଉ ଜାରି ରହିଛି।

ରଞ୍ଜନ କୁମାର ଡାଙ୍ଗ ଏବେ OCCL ବରିଷ୍ଠ ପ୍ରବନ୍ଧକ ଭାବେ କାର୍ଯ୍ୟରତ ଅଛନ୍ତି। ସେ ସମ୍ବଲପୁର ଧୋବୀ ନୀଳ ଓ ଦୁର୍ଗାପାଲ ଓଭରବ୍ରିଜ ପ୍ରକଳ୍ପ ଦାୟିତ୍ୱରେ ଅଛନ୍ତି। ଚଢ଼ାଉ ବେଳେ ରଞ୍ଜନଙ୍କ ଘରୁ କ’ଣ ଜବତ ହୋଇଛି ସେନେଇ ସୂଚନା ମିଳିପାରି ନାହିଁ।